ବହୁମତ ପାଇବା ପରେ ପିଏମ ମୋଦି ଅରୁଣାଚଳବାସୀଙ୍କୁ ଧନ୍ୟବାଦ ଜଣାଇଲେ
ନୂଆଦିଲ୍ଲୀ : ଅରୁଣାଚଳରେ ପୁଣି ଫୁଟିଲା ପଦ୍ମ । ମ୍ୟାଜିକ୍ ନମ୍ବର ପାର କରି ସରକାର ଗଠନ କରିଛି ବିଜେପି । ମୋଟ ୬୦ ଆସନରୁ ୪୬ଟି ଆସନରେ ବିଜେପି ଜିତିଥିବା ସୂଚନା ମିଳିଛି । ତେବେ ଏହି ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ବିଜେପି ଏଠାରେ ପୁଣି ଥରେ ସରକାର ଗଢ଼ିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି ।
ଆଜି ଆସିଥିବା ଫଳାଫଳ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ବିଜେପି ଉପରେ ଆପଣମାନଙ୍କ ବିଶ୍ୱାସ ଥିବାରୁ ଧନ୍ୟବାଦ । ଏଥର ରାଜ୍ୟର ଅଗ୍ରଗତି ପାଇଁ ସରକାର ବିଶ୍ୱାସର ସହ ଜୋରସୋରରେ କାମ କରିବେ । ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ରବିବାର ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଆସିଥିଲା ।

ଏଥିରେ ଭାଜପା ମୋଟ ୬୦ ଆସନରୁ ୪୬ରେ ବିଜୟ ଲାଭ କରି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଏହାସହ ବିଜେପି ରାଜ୍ୟରେ ତୃତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ।












Click it and Unblock the Notifications