Get Updates
Get notified of breaking news, exclusive insights, and must-see stories!

ଫାଇଟର୍‌ ପ୍ଲେନ୍‌ ତେଜସ୍‌ରେ ଉଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି

ଫାଇଟର୍‌ ପ୍ଲେନ୍‌ ତେଜସ୍‌ରେ ଉଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ବେଙ୍ଗାଲୁରୁରେ ତେଜସ୍‌ ବିମାନରେ ଉଡିଥିଲେ । ହିନ୍ଦୁସ୍ତାନ ଏରୋନଟିକ୍ସ୍‌ ଲିମିଟେଡ୍‌'ର ଉତ୍ପାଦନ କାରଖାନାରେ ଚାଲିଥିବା କାର୍ଯ୍ୟ ସମୀକ୍ଷା କରିଥିଲେ ମୋଦୀ । ଭାରତୀୟ ବାୟୁସେନାର ଏହି ହାଲୁକା ଲଢୁଆ ବିମାନ 'ତେଜସ୍‌'ରେ ପ୍ରଧାନମନ୍ତ୍ରୀ ପ୍ରାୟ ୪୫ ମନିଟ୍‌ ଧରି ଉଡ଼ାଣ କରିଥିଲେ । ଏହା ଆମ ରାଷ୍ଟ୍ରୀୟ କ୍ଷମତା ବିଷୟରେ ନୂତନ ଗର୍ବ ଏବଂ ଆଶାବାଦୀ ଭାବନା ଜାଗ୍ରତ କରିଛି ବୋଲି ମୋଦୀ କହିଥିଲେ ।

ବିମାନ ଉଡ଼ାଣ ପରେ ପିଏମ ମୋଦୀ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, 'ତେଜସ ବିମାନରେ ସଫଳତାର ଉଡ଼ିବା ହୋଇଛି । ଏହି ଅନୁଭୂତି ଅବିଶ୍ୱସନୀୟ ଥିଲା । ଏହି ଅଭିଜ୍ଞତା ଆମ ଦେଶର ସ୍ୱଦେଶୀ ଦକ୍ଷତା ଉପରେ ମୋର ଆତ୍ମବିଶ୍ୱାସକୁ ବହୁଗୁଣିତ କରିଛି । ଏହା ମୋ ଭିତରେ ଆମର ଜାତୀୟ ସାମର୍ଥ୍ୟ ବିଷୟରେ ନୂତନ ଗର୍ବ ଏବଂ ଆଶାବାଦୀ ଭାବନା ଜାଗ୍ରତ କରିଛି । ଭାରତୀୟ ବାୟୁସେନା, 'ଡିଆର୍‌ଡିଓ' ଓ 'ଏଚ୍‌ଏଲ୍‌'କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ବିଶ୍ବର ଅନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ଭାରତ କୌଣସି ଗୁଣରେ କମ୍‌ ନୁହେଁ ।

ସୂଚନାନୁସାରେ, ଦେଶର ପ୍ରତିରକ୍ଷା ପ୍ରସ୍ତୁତି ଏବଂ ସ୍ୱଦେଶୀକରଣ ବୃଦ୍ଧି ପାଇଁ ସରକାର ନେଇଥିବା ପ୍ରମୁଖ ପଦକ୍ଷେପଗୁଡ଼ିକରେ ତେଜସ୍ ବିମାନ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି । ପ୍ରଥମ ବିମାନକୁ ୨୦୧୬ ରେ ବାୟୁସେନାରେ ଭର୍ତ୍ତି କରାଯାଇଥିଲା ।

PM Modi

ମୁଣ୍ଡରେ ଫାଇଟର୍ ହେଲମେଟ, ଫାଇଟର୍ ସୁଟ୍ ଏବଂ ହାତରେ ଗ୍ଲୋବସ୍ ସହ ମୋଦି ଫାଇଟର୍ ପାଇଲଟ୍ ଲୁକରେ ନଜର ଆସିଛନ୍ତି । ଏହି ଅବସରରେ ଭାରତୀୟ ଜ୍ଞାନ କୌଶଳ ଓ ବାୟୁ ସେନାର ଭୂମିକାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ତେଜସ୍' ଯୁଦ୍ଧ ବିମାନକୁ ହିନ୍ଦୁସ୍ତାନ ଏରେନେଟିକ୍ସ ଲିମିଟେଡ୍ ବା ହାଲ୍ ଦ୍ୱାରା ବିକଶିତ କରାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୨୦୧୯ ରେ ବେଙ୍ଗାଲୁରୁର ହାଲ ବିମାନବନ୍ଦରରୁ ତେଜସ ଯୁଦ୍ଧ ବିମାନରେ ଉଡ଼ିଥିଲେ। ସେ ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ହୋଇ ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ (LCA) ରେ ଉଡିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+