ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀଙ୍କ ମେଗା ରୋଡ୍ ସୋ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କ୍ରମାଗତ ଦ୍ୱିତୀୟ ଦିନ ବେଙ୍ଗାଲୁରୁରେ ରୋଡ୍ ସୋ'କରିଛନ୍ତି । ପିଏମ ମୋଦି ଆଜି ରୋଡ ସୋ' କରିବା ପାଇଁ ବେଙ୍ଗାଲୁରୁର କେମ୍ପାଗୋଡାରେ ପହଁଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋକୁ ଦୃଷ୍ଟିରେ ରଖି ସମସ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

PM MODI

ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ରୋଡ୍ ସୋ ପ୍ରାୟ ଦୁଇ ଘଣ୍ଟା ଧରି ଚାଲିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍ ସୋ ସକାଳ ୧୦ ଟାରୁ ଆରମ୍ଭ ହୋଇ ସକାଳ ୧୧.୩୦ ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ରହିଛି । ଏହି ରୋଡ୍ ସୋ କେମ୍ପାଗୋଡା ଷ୍ଟାଚ୍ୟୁରୁ ନୂଆ ଟିପ୍ସଚନ୍ଦ୍ର ପର୍ଯ୍ୟନ୍ତ ଚାଲିବ । ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ ହେବ । ଯେଉଁଥିରେ ବିଜେପି କର୍ମୀଙ୍କ ସହ ଲକ୍ଷ ଲକ୍ଷ ଲୋକ ମଧ୍ୟ ପହଞ୍ଚିଛନ୍ତି ।

ସୂଚନାଥାଉ ଯେ, ଆସନ୍ତା ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ । ସେହିପରି ମେ' ୧୩ରେ ଭୋଟ୍ ଗଣନା କରାଯିବ । ଏଥର ବିଜେପି, କଂଗ୍ରେସ ଏବଂ ଜେଡିଏସ ମଧ୍ୟରେ ହେବ କଡା ଟକ୍କର ।

ଆଜି ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ଦିନିଆ ରୋଡ୍ ସୋ ଶେଷ ହେବ। ଶନିବାର ଦିନ ମଧ୍ୟ ବେଙ୍ଗାଲୁରରେ ପିଏମ ମୋଦି ୨୬ କିଲୋମିଟର ଲମ୍ବା ରୋଡ ସୋ କରିଥିଲେ । ବେଙ୍ଗାଲୁରୁର ଦକ୍ଷିଣର ସୋମେଶ୍ୱର ଭବନ ଆରବିଆଇ ଗ୍ରାଉଣ୍ତରୁ ମଲେଶ୍ୱରାମର ସାନକେ ଟ୍ୟାଙ୍କ ପର୍ଯ୍ୟନ୍ତ ରୋଡ ସୋ କରାଯାଇଥିଲା ଯେଉଁଥି ପାଇଁ ପ୍ରାୟ ତିନି ଘଣ୍ଟାର ସମୟ ଲାଗିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+