ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହେଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଦୁଇ ନେତା ପ୍ରଥମ ଥର ପାଇଁ ଫୋନରେ କଥା ହୋଇଛନ୍ତି। ଏହି ଫୋନ୍ କଲରେ ଦୁଇ ନେତାଙ୍କ ମଧ୍ୟରେ ଭାରତ-ଆମେରିକା ସମ୍ପର୍କ ବିଷୟରେ ଆଲୋଚନା ହୋଇଥିଲା। କ୍ୱାଡର ପରବର୍ତ୍ତୀ ବୈଠକ ସହିତ, ଉଭୟଙ୍କ ମଧ୍ୟରେ ଅନେକ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ଉଭୟ ନେତା ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉପରେ ଆଲୋଚନା କରିଥିଲେ ଏବଂ ଭାରତ ଏବଂ ଆମେରିକା ମଧ୍ୟରେ ପାରସ୍ପରିକ ଲାଭଦାୟକ ଏବଂ ବିଶ୍ୱସନୀୟ ଭାଗିଦାରୀକୁ ସୁଦୃଢ଼ କରାଯିବ ବୋଲି କହିଥିଲେ। ଦୁଇ ଦେଶ ସେମାନଙ୍କ ଲୋକଙ୍କ ମଙ୍ଗଳ ଏବଂ ବିଶ୍ୱ ଶାନ୍ତି, ସମୃଦ୍ଧି ଏବଂ ନିରାପତ୍ତା ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ।

ହ୍ବାଇଟହାଉସକୁ ପୁଣି ଥରେ ଟ୍ରମ୍ପଙ୍କ ଆଗମନ ଭାରତ ପାଇଁ ବେଶ ସକାରାତ୍ମକ ଘଟଣା ବୋଲି କୁହାଯାଉଛି । କାରଣ ନିଜର ପୂର୍ବ କାର୍ଯ୍ୟକାଳରେ ଟ୍ରମ୍ପ ଭାରତ ସହ ଭଲ ସମ୍ପର୍କ ରକ୍ଷା ଉପରେ ଗୁରୁତ୍ବ ଦେଇଥିଲେ ।

ଆମେରିକା ନିର୍ବାଚନରେ ଟ୍ରମ୍ପଙ୍କ ଚମତ୍କାର ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। ଟ୍ରମ୍ପଙ୍କ ବିଜୟ ଉପରେ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କରି ଲେଖିଥିଲେ, ତାଙ୍କର ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବହୁତ ଭଲ ଆଲୋଚନା ହୋଇଛି। ତାଙ୍କର ମହାନ ବିଜୟ ପାଇଁ ତାଙ୍କୁ ବହୁତ ବହୁତ ଅଭିନନ୍ଦନ। ଆମେ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ଶକ୍ତି, ମହାକାଶ ଏବଂ ଅନ୍ୟାନ୍ୟ ଅନେକ କ୍ଷେତ୍ରରେ ଭାରତ-ଆମେରିକା ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ପୁଣିଥରେ ଏକାଠି କାମ କରିବାକୁ ଆଶା କରୁଛୁ।

pm modi trump

୨୦ ଜାନୁଆରୀ ୨୦୨୫ରେ, ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେଇଥିଲେ। ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭାରତରୁ ପ୍ରତିନିଧିତ୍ୱ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି ଧରି ବୈଦେଶିକ ମନ୍ତ୍ରୀ ଆମେରିକା ପହଞ୍ଚିଥିଲେ। କୁହାଯାଉଛି ଯେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+