ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାର୍କିଙ୍କୁ କ’ଣ କହିଲେ.....
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଏହି ସୂଚନା ସେୟାର କରିଛନ୍ତି। ହିଂସାତ୍ମକ ପ୍ରତିବାଦ ସମୟରେ ପ୍ରାଣହାନି ପାଇଁ ସେ ଗଭୀର ସମବେଦନା ପ୍ରକାଶ କରିଛନ୍ତି। ଏହାସହିତ ନେପାଳର ରାଷ୍ଟ୍ରୀୟ ଦିବସ ଅବସରରେ ସୁଶୀଳା କାର୍କି ଏବଂ ନେପାଳର ବାସିନ୍ଦାଙ୍କୁ ନିଜର ଶୁଭକାମନା ଜଣାଇଛନ୍ତି ।

ତେବେ ଏହାପୂର୍ବରୁ ମଣିପୁରର ଇମ୍ଫାଲରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ସୁଶୀଳା କାର୍କିଙ୍କୁ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବା ପରେ ଅଭିନନ୍ଦନ ଜଣାଇଥିଲେ ଏବଂ ତାଙ୍କୁ ମହିଳା ସଶକ୍ତିକରଣର ଏକ ଉଜ୍ଜ୍ୱଳ ଉଦାହରଣ ବୋଲି କହିଥିଲେ। ଭାରତ ସର୍ବଦା ଏହାର ପଡ଼ୋଶୀମାନଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛି। ସେ କହିଥିଲେ, "ମୁଁ ନିଶ୍ଚିତ ଯେ ସୁଶୀଳା କାର୍କିଙ୍କ ନେତୃତ୍ୱରେ ନେପାଳ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧିର ଏକ ସୁଗମ ପଥ ପାଇବ।"












Click it and Unblock the Notifications