ୱାଏନାଡରେ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି, କେରଳ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

Wayanad Landslides: କେରଳ ୱାଏନାଡରେ ଭୂସ୍ଖଳନରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା 43କୁ ବୃଦ୍ଧି ପାଇଛି । ମେଡାପି ଡାକ୍ତରଖାନାରେ 35 ମୃତଦେହ ରଖାଯାଇଛି। ନିଲାମ୍ବୁର ଏବଂ ମନଚେରୀ ଡାକ୍ତରଖାନାରେ 8 ଟି ମୃତଦେହ ରଖାଯାଇଛି । ନୀଲାମ୍ବୁର ପୋଥୁକଲର ଚଲିୟାରରେ 11 ଟି ମୃତଦେହ ଭାସୁଥିବା ନେଇ ସୂଚନା ରହିଛି । ସେହିପରି ଚାରିଟି ମୃତଦେହ ମଧ୍ୟ ମାଲାପୁରମରେ ଭାସୁଥିବା ଦେଖିବାକୁ ମିଳିଛି।

PM Modi Speaks To Kerala CM

ସେହିପରି ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । 40ରୁ ଅଧିକ ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୱାଏନାଡର ମେପାଡି ପହାଡିଆ ଅଞ୍ଚଳରେ ହୋଇଥିବା ଭୂସ୍ଖଳନ ଯୋଗୁଁ ନାହିଁ ନଥିବା କ୍ଷତି ହୋଇଛି । ଏହି ଘଟଣାପରେ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୋଦି । ସେହିପରି ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ମୋଦିଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ର ପକ୍ଷରୁ ରାଜ୍ୟକୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ମୃତକଙ୍କ ପରିବାରକୁ 2ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କୁ 50 ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।

କେରଳ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ (KSDMA)ସୂଚନା ଅନୁଯାୟୀ, ଭୂସ୍ଖଳନ ନେଇ ଖବର ପାଇବା ପରେ ତୁରନ୍ତ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରବଳ ବର୍ଷା ସମୟରେ ଭୋର ପ୍ରାୟ 1ଟାରେ ମୁଣ୍ଡାକ୍କାଇ ଟାଉନରେ ପ୍ରଥମ ଭୂସ୍ଖଳନ ଘଟିଥିଲା। ମୁଣ୍ଡାକ୍କାଇରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା ବେଳେ ସକାଳ ପ୍ରାୟ 4ଟାରେ ଚୁରଲ ମାଲାର ଏକ ସ୍କୁଲ ନିକଟରେ ଦ୍ୱିତୀୟ ଭୂସ୍ଖଳନ ଘଟିଲା।

ଏକ ଶିବିର ଭାବରେ ଚାଲୁଥିବା ଏହି ବିଦ୍ୟାଳୟ ଏବଂ ଭୂସ୍ଖଳନ ହେତୁ ନିକଟସ୍ଥ ଘର ଓ ଦୋକାନରେ ପାଣି ଓ କାଦୁଅ ଭରି ରହିଥିଲା। ବର୍ତ୍ତମାନ ସମସ୍ତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। କେରଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) କହିଛି ଯେ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ଏବଂ ଉଦ୍ଧାର କାର୍ଯ୍ୟରେ ବାୟୁସେନା ନିୟୋଜିତ କରାଯାଇଛି। ସିଏମଓ କହିଛନ୍ତି, "ପ୍ରବଳ ବର୍ଷା ପରେ ୱାଏନାଡରେ ଭୂସ୍ଖଳନ ଘଟିଛି। ସ୍ୱାସ୍ଥ୍ୟ ବିଭାଗ- ଜାତୀୟ ସ୍ୱାସ୍ଥ୍ୟ ମିଶନ ନିୟନ୍ତ୍ରଣ କକ୍ଷ ଖୋଲିଛି ଏବଂ ଜରୁରୀକାଳୀନ ସହାୟତା ପାଇଁ ହେଲପଲାଇନ ନମ୍ବର ଜାରି କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+