Maharashtra Assembly Election : MVA ଆସିଲେ ଭିକ ମାଗିବା ନିଶ୍ଚିତ: ମୋଦି

ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟର ଛତ୍ରପତି ସମ୍ୱାଜୀନଗରରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ମହାରାଷ୍ଟ୍ରରେ ଆଧୁନିକ ଭିତ୍ତିଭୂମି ନିର୍ମାଣ କରାଯାଉଛି। ସବୁକିଛି ଉପରେ କାମ ଦ୍ରୁତ ଗତିରେ ଚାଲିଛି |

ମହାଯୁତି ସରକାର ଗଠନ ହେବା ପରଠାରୁ ସର୍ବାଧିକ ବିଦେଶୀ ପୁଞ୍ଜି ବିନିଯୋଗ ହୋଇଛି | ସେ କହିଛନ୍ତି ଯେ ଆଗାମୀ ସମୟରେ ବହୁତ ବଡ କମ୍ପାନୀ ଏଠାକୁ ଆସିବାକୁ ଯାଉଛନ୍ତି। ଆଉରଙ୍ଗଜେବଙ୍କ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମ୍ୱାଜୀ ମହାରାଜଙ୍କ ହତ୍ୟାକାରୀକୁ କିଛି ଲୋକ ସେମାନଙ୍କ ଆଦର୍ଶ ଭାବେ ମାନନ୍ତି |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିରୋଧୀଙ୍କୁ ଶାଣିତ ସ୍ୱରରେ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ଏବଂ ସହଯୋଗୀ ଦଳ ଅନୁଚ୍ଛେଦ ୩୭୦କୁ ପୁଣି ଥରେ ଲାଗୁ କରିବାକୁ ଚାହୁଁଛନ୍ତି ଏବଂ କାଶ୍ମୀର ପାଇଁ ଅଲଗା ସମ୍ୱିଧାନ ଯୋଜନା କରୁଛନ୍ତି ।

Narendra modi

ପିଏମ୍ ମୋଦୀ କହିଛନ୍ତି ଯେ ଆମେ ଔରଙ୍ଗଜେବ ନାଁ ବଦଳାଇ ଛତ୍ରପତି ସମ୍ଭାଜି ନଗର କରିଲୁ ଏବଂ ବାଲାସାହେବ ଠାକରେଙ୍କ ଇଚ୍ଛା ପୂରଣ କରିଲୁ । ଆମେ ହିନ୍ଦୁତ୍ୱର ରାଜନୀତି ସହ କେବେ ବି ସାଲିସ୍ କରିନୁ, ଅନ୍ୟପଟେ କିଛି ଲୋକ ନିଜ ପୁରୁଣା ରାସ୍ତା ବଦଳାଇଛନ୍ତି । ସେ କହିଛନ୍ତି ଯେ ବିଜେପି ନେତୃତ୍ୱରେ ମହାୟୁତି ସରକାର ଗଠନ ପରେ ମହାରାଷ୍ଟ୍ରକୁ ସବୁଠୁ ଅଧିକ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ମିଳିଛି ।

ପିଏମ୍ ମୋଦୀ ଆହୁରି ଅଧିକ ଶାଣିତ ସ୍ୱରରେ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି, କିଛି ଲୋକ ସମ୍ଭାଜି ମହାରାଜଙ୍କ ହତ୍ୟାକାରୀଙ୍କ ଭିତରେ ନିଜ ଆଦର୍ଶ ଦେଖୁଛନ୍ତି । ପିଏମ୍ ମୋଦୀ କହିଛନ୍ତି ଯେ ଔରଙ୍ଗାବାଦକୁ ଛତ୍ରପତି ସମ୍ଭାଜି ନଗର କରିବା ଦ୍ୱାରା କଂଗ୍ରେସ ଏବଂ ମହାବିକାଶ ଅଘାଡ଼ି ସବୁଠୁ ଅଧିକ କଷ୍ଟ ହୋଇଛି । ଏପରିକି ଏମାନଙ୍କ ପାଳିତ ଲୋକ ନିଷ୍ପତ୍ତିକୁ ବଦଳାଇବା ପାଇଁ କୋର୍ଟ ବି ଯାଇଥିଲେ ।

ପିଏମ୍ ମୋଦୀ , ଏମଭିଏକୁ କଡ଼ା ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ଯଦି ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ମିଳିତ ମଞ୍ଚ କ୍ଷମତାକୁ ଆସେ, ତେବେ ରାଜ୍ୟରେ ମରୁଡ଼ି ଏବଂ ଜଳ ସଙ୍କଟ ଆରମ୍ଭ ହୋଇସାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏମଭିଏ ଲୋକମାନେ ଆପଣଙ୍କୁ ପ୍ରତ୍ୟେକ ବୁନ୍ଦା ପାଣି ପାଇଁ ହଇରାଣରେ ପକାଇ ଦେବେ। ସେଥିପାଇଁ ମୁଁ ମା' ଏବଂ ଭଉଣୀମାନଙ୍କୁ କହୁଛି, ଅଘାଡି ଲୋକଙ୍କୁ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ, ନଚେତ୍‌ ସେମାନେ ଆପଣଙ୍କ ପାଇଁ ଜଳ ବୁନ୍ଦାଏର ବ୍ୟବସ୍ଥା ବି କରିପାରିବେ ନାହିଁ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏମଭିଏକୁ କ୍ଷମତାକୁ ଆସିବାକୁ ଦିଆ ନ ଯାଉ , ନଚେତ୍ ସେମାନେ ଆପଣଙ୍କୁ ପାଣି ମାଗିବାକୁ ବାଧ୍ୟ କରାଇବେ।

ଉଲ୍ଲେଖଯୋଗ୍ୟ ଯେ ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ସମ୍ଭାଜି ମହାରାଜଙ୍କ ହତ୍ୟା ପାଇଁ ଔରଙ୍ଗଜେବ ଆଦେଶ ଦେଇଥିଲା । ମହାରାଷ୍ଟ୍ରରେ ଶିବାଜୀ ମହାରାଜ ଏବଂ ଔରଙ୍ଗଜେବଙ୍କ ରାଜନୀତି ପଛରେ ଏହା ମଧ୍ୟ ଏକ କାରଣ । ମହାରାଷ୍ଟ୍ରରେ ଏହା ଏକ ସମ୍ୱେଦନଶୀଳ ପ୍ରସଙ୍ଗ ରହି ଆସିଛି । ଏହା ବ୍ୟତୀତ ଔରଙ୍ଗାବାଦ ଅଞ୍ଚଳ ଏକଦା ହାଇଦ୍ରାବାଜ ଷ୍ଟେଟ୍ ଅଧିନରେ ଆସୁଥିଲା, ଯେଉଁଠାରେ ଦିନେ ନିଜାମ ଶାସନ ଥିଲା । ତେଣୁ ଏଠାକାର ରାଜନୀତିରେ ଦ୍ରୁବୀକରଣର ସମ୍ଭାବନା ମଧ୍ୟ ରହିଥାଏ । ଏହି କ୍ଷେତ୍ରରେ ମୁସଲିମ ସଂଖ୍ୟା ଅଧିକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+