୭ଟା୩୦ରେ ପତାକା ଉତ୍ତୋଳନ, ୭ଟା ୩୩ ରେ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ, ଲାଲ୍ କିଲ୍ଲାରେ ୭ସ୍ତରୀୟ ସୁରକ୍ଷା ବ୍ୟବସ୍ଥା
ଆସନ୍ତାକାଲି ଦେଶ ପାଳନ କରିବ 78 ତମ ସ୍ବାଧୀନତା ଦିବସ । ରାଜଧାନୀ ଦିଲ୍ଲୀରେ ଥିବା ସଂସଦ ଭବନ, ଇଣ୍ଡିଆ ଗେଟ୍ ଭଳି ବିଭିନ୍ନ ସ୍ଥାନରେ ସ୍ୱାଧିନତା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ବର୍ତ୍ତମାନ ଶେଷ ପର୍ଯ୍ୟାୟରେ । କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବେ।
ଲାଲକିଲ୍ଲା ଚାରିପାଖରେ ସୁରକ୍ଷା କଡାକଡି କରାଯାଇଛି, ପ୍ରତ୍ୟେକ କୋଣ ଅନୁକୋଣରେ ନଜର ରଖାଯାଉଛି ।୧୫ ଅଗଷ୍ଟ ସକାଳ ୬ଟା ୨୦ ମିନିଟ୍ ସୁଦ୍ଧା ଏନସିସି କ୍ୟାଡେଟମା ମାନେ ପୋଜିସନ ନେବେ। ଏହା ପରେ ସବୁ ପ୍ରସ୍ତୁତିର ଯାଞ୍ଚ କରାଯିବ ଓ ପୂର୍ବାହ୍ନ ୭ଟା ୧୭ ମିନିଟ୍ ବେଳକୁ ପ୍ରଧାନମନ୍ତ୍ରୀ ଲାଲ କିଲ୍ଲା ପହଞ୍ଚିବେ । ୭ଟା ୧୯ ମିନିଟରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ଦିଆଯିବ।
ଏହା ପରେ ୭ଟା ୨୬ ମିନିଟ୍ରେ ପ୍ରଧାନମନ୍ତ୍ରୀ ତିନି ସେନା ମୁଖ୍ୟଙ୍କୁ ଭେଟିବେ ଓ ସାଢେ ୭ଟା ବେଳେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରିବେ। ଏହା ପରେ ପ୍ରଧାନମନ୍ତ୍ରୀ ୭ଟା ୩୩ ମିନିଟ୍ରେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧନ ଦେବୋ ୮ଟା ୩୦ ମିନିଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ପରେ ଜାତୀୟ ସଙ୍ଗୀତ ଗାନ କରାଯିବ |
ଏହା ପ ପରେ ପ୍ରଧାନମନ୍ତ୍ରୀଙ୍କ ସହିତ ଏନସିସି କ୍ୟାଡେଟ୍ ଓ ଅନ୍ୟ ଜବାନମାନେ ଲାଲ କିଲ୍ଲାରୁ ପ୍ରସ୍ଥାନ କରିବେ। ଲାଲ କିଲ୍ଲାରେ ଅନୁଷ୍ଠିତ ହେଉଥିବା ଥ୍ବା ଏହି କାର୍ଯ୍ୟକ୍ରମ ସାର୍ବଜନିକ । ଏହି କାର୍ଯ୍ୟକ୍ରମକୁ ଯେ କେହି ବି ଯାଇ ପାରିବେ। ବର୍ଗଅନୁସାରେ ଲୋକଙ୍କ ବସିବାର ବ୍ୟବସ୍ଥା ମଧ୍ୟ ହୋଇଛି ଓ ଏଥ୍ ପାଇଁ ପାସ୍ ଦିଆଯାଏ।

ଜଣେ ସାଧାରଣ ଲୋକ ବି ଏହି କାର୍ଯ୍ୟକ୍ରମକୁ ଯାଇ ପାରିବ ଓ ଏଥ୍ ପାଇଁ ନିଜ ନିମନ୍ତେ ପାସ୍ ମଧ୍ୟ କରିପାରିବ। ଏହି ପାସ୍ ଆପଣ ଅନଲାଇନ ଓ ଅଫଲାଇନରେ ମଧ୍ୟ କରିପାରିବେ,
ଅନ୍ୟପଟେ ଲାଲ୍ କିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆଣ୍ଟି ଡ୍ରୋନ୍ ସିଷ୍ଟମକୁ ସଜାଗ ରଖାଯାଇଛି। ଭୂମିରୁ ଆକାଶ ପର୍ଯ୍ୟନ୍ତ ସ୍ନାଇପରମାନଙ୍କର ନଜର ରହିଛି। ଲାଲ୍ କିଲ୍ଲାରେ ସୁରକ୍ଷା ବ୍ୟବସ୍ଥାରେ ଏଆଇର ସହାୟତା ମଧ୍ୟ ନିଆଯାଇଛି। ଲାଲ୍ କିଲ୍ଲାକୁ ୧୫ ଅଗଷ୍ଟ ପାଇଁ ଏକ ସେନାଛାଉଣୀରେ ପରିଣତ କରାଯାଇଛି। ପ୍ରାୟ ୨୨ ହଜାର ଅତିଥିଙ୍କ ସୁରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଏଜେନ୍ସି ଦିଲ୍ଲୀର ପ୍ରତ୍ୟେକ ରାସ୍ତା ଏବଂ ପ୍ରତ୍ୟେକ ବଜାରରେ କଡା ନଜର ରଖିଛନ୍ତି।
ଲାଲ୍ କିଲ୍ଲାରେ ଚାରିପାଖରେ ଏପରି ଏକ ଅଭେଦ୍ୟ ସୁରକ୍ଷା ଚକ୍ର ପ୍ରସ୍ତୁତ କରାଯାଇଛି। ଦିଲ୍ଲୀ ପୋଲିସ, ପାରାମିଲିଟାରୀ ଫୋର୍ସ ବ୍ୟତୀତ ସୁରକ୍ଷା ଏଜେନ୍ସିର କର୍ମଚାରୀମାନେ ଲାଲ୍ କିଲ୍ଲାର ଭିତରେ ଏବଂ ବାହାରେ ଥିବା ପ୍ରତ୍ୟେକ ସ୍ଥାନ ଉପରେ ନଜର ରଖିଛନ୍ତି। ଲାଲ୍ କିଲ୍ଲାରେ ଭିତରେ ପ୍ରାୟ ୪ ଟି ଆଣ୍ଟି-ଡ୍ରୋନ୍ ସିଷ୍ଟମ୍ ନିୟୋଜିତ କରାଯାଇଛି।
ଲାଲ୍ କିଲ୍ଲାର ବିଭିନ୍ନ ସ୍ଥାନରେ ଏନଏସଜି ଦଳ ନିୟୋଜିତ ହୋଇଛନ୍ତି। ଚାନ୍ଦନୀ ଚୌକର ପ୍ରାୟ ୩୦୦ ଛାତ ଉପରେ ସ୍ନାଇପରମାନେ ତୀକ୍ଷ୍ଣ ନଜର ରଖିଛନ୍ତି। ଲାଲ୍ କିଲ୍ଲାର ୫ କିଲୋମିଟର ବ୍ୟାସାର୍ଦ୍ଧରେ ସିସିଟିଭିର ନଜର ରଖାଯାଇଛି। ଭିଭିଆଇପି ମାର୍ଗରେ ଏଆଇ ଟେକ୍ନୋଲୋଜି ସହିତ ୫୦୦ ରୁ ଅଧିକ କ୍ୟାମେରା ଲଗାଯାଇଛି। ସମସ୍ତ ମେଟାଲ ଡିଟେକ୍ଟରରେ ଏଫଆରଏସ ଟେକ୍ନୋଲୋଜିର ଚେହେରା ଚିହ୍ନିବା କ୍ୟାମେରା ଲଗାଯାଇଛି। ସ୍ୱାଧୀନତା ଦିବସ ପାଳନ ସମୟରେ ଏଥର ୨୦ ରୁ ୨୨ ହଜାର ଲୋକ ଆସିବେ ବୋଲି ଆଶା କରାଯାଉଛି ।












Click it and Unblock the Notifications