'ଆମେ ଆଗକୁ ତ ବଢୁଛେ, ହେଲେ କିଛି ଲୋକ ବିକାଶ ଦେଖିପାରନ୍ତିନି'
୭୮ ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିଲ୍ଲୀର ଲାଲ୍ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେଉଁମାନେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି, ଆଜି ଆମେ ସେମାନଙ୍କ ନିକଟରେ ନତମସ୍ତକ ହୋଇ ସେମାନଙ୍କୁ ସ୍ମରଣ କରୁଛି। ଗୋଟିଏ ପଟେ ବିକଶିତ ଭାରତ ବିଷୟରେ ଖୋଲାଖୋଲି ଭାବେ କହିଥିବାବେଳେ ଅନ୍ୟପକ୍ଷରେ ସେ କଂଗ୍ରେସକୁ ମଧ୍ୟ ସମାଲୋଚନା କରିଛନ୍ତି।
ସ୍ବାଧୀନତା ଦିବସ ଅବସରରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଲାଲିକଲ୍ଲାରେ ପହଞ୍ଚିଛନ୍ତି। ତେବେ ତାଙ୍କ ଉପସ୍ଥିତିରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମୋଦି। ମୋଦି କହିଛନ୍ତି, ପୂର୍ବରୁ ଲୋକମାନେ କିଛି ପରିବର୍ତ୍ତନ ଚାହୁଁଥିଲେ। କିନ୍ତୁ ଆମେ ରାଜନୀତି କରି କାମ କରୁନାହୁଁ, ଆମେ ଦେଶକୁ ପ୍ରଥମେ ଧ୍ୟାନରେ ରଖି କାର୍ଯ୍ୟ କରୁଛୁ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ପୂର୍ବରୁ ଲୋକମାନେ ପରିବର୍ତ୍ତନ ଚାହୁଁଥିଲେ କିନ୍ତୁ ସେମାନଙ୍କର ଆକାଂକ୍ଷାକୁ ଧ୍ୟାନ ଦିଆଯାଇ ନ ଥିଲା। ଆମେ ତୃଣମୂଳ ସ୍ତରରେ ପ୍ରମୁଖ ସଂସ୍କାର ଆଣିଥିଲୁ। ସଂସ୍କାର ପ୍ରତି ଆମର ପ୍ରତିବଦ୍ଧତା ସାମୟିକ ପ୍ରଶଂସା କିମ୍ବା ବାଧ୍ୟତାମୂଳକ ନୁହେଁ, ବରଂ ଦେଶକୁ ମଜବୁତ କରିବାର ସଂକଳ୍ପ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଆମେ ଆଗକୁ ତ ବଢୁଛେ, ହେଲେ କିଛି ଲୋକ ବିକାଶ ଦେଖିପାରନ୍ତିନି । କିଛି ଲୋକ ଭାରତର ଭଲ ଭାବିପାରନ୍ତିନି । ତାଙ୍କୁ କାହାର ଭଲ ଭଲଲାଗେନି । ଦେଶକୁ ଏ ଲୋକଙ୍କ ପାଖରୁ ବଞ୍ଚାଇବାକୁ ହେବ ।












Click it and Unblock the Notifications