୨୦୪୭ ସୁଦ୍ଧା ବିକଶିତ ଭାରତ ପ୍ରତ୍ୟେକ ଭାରତୀୟଙ୍କର ଆକାଂକ୍ଷା: ପ୍ରଧାନମନ୍ତ୍ରୀ ମୋଦି

NITI Aayog meet: ଆଜି ନୂଆ ଦିଲ୍ଲୀରେ ବସିଥିଲା ନୀତି ଆୟୋଗ ବୈଠକ । ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକର ମୁଖ୍ୟ ଫୋକସରେ ରହିଥିଲା ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ । ନିତି ଆୟୋଗ ବୈଠକରେ ଉଦବୋଧନ ଦେଇ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବା ପ୍ରତ୍ୟେକ ଭାରତୀୟଙ୍କର ଆକାଂକ୍ଷା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେ ଆହୁରି କହିଛନ୍ତି ଯେ ଏହି ଦଶନ୍ଧି ବୈଷୟିକ ଏବଂ ଭୂ-ରାଜନୈତିକ ପରିବର୍ତ୍ତନ ସହିତ ସୁଯୋଗ ମଧ୍ୟ ଆଣିଦେଇଛି । ଭାରତ ଏହି ସୁଯୋଗର ଫାଇଦା ଉଠାଇବା ଉଚିତ ଏବଂ ଆମର ନୀତିକୁ ଅନ୍ତର୍ଜାତୀୟ ପୁଞ୍ଜିନିବେଶ ପାଇଁ ଅନୁକୂଳ କରିବା ଉଚିତ । ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବା ଦିଗରେ ଏହା ହେଉଛି ପ୍ରଗତିର ମାର୍ଗ । ରାଜ୍ୟମାନେ ଏହି ଲକ୍ଷ୍ୟ ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ କାରଣ ସେମାନେ ସିଧାସଳଖ ଲୋକଙ୍କ ସହ ଜଡିତ ।

Narendra modi

ଏପଟେ ବହୁ ଅଣବିଜେପି ଶାଶିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ଏହି ବୈଠକକୁ ବୟକଟ୍ କରିଛନ୍ତି । କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରେ ସାମିଲ ହୋଇଥିଲେ । ଆଉ ଏହି ବୈଠକରେ ସାମିଲ ହୋଇନଥିବା ରାଜ୍ୟ ହେଉଛି ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ପଞ୍ଜାବ, କେରଳ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ସାମିଲ ହୋଇନାହାନ୍ତି । ଅନ୍ୟପଟେ ମମତା ବାନାର୍ଜୀ ଏହି ବୈଠକରେ ସାମିଲ ହୋଇଥିଲେ ମଧ୍ୟ ବୈଠକରୁ ବାହାରିବା ପରେ ରୋଷ ଝାଡିଛନ୍ତି ।

ମମତା କହିଛନ୍ତି, ମୁଁ କହୁଥିବା ବେଳେ ମାଇକ ବନ୍ଦ କରି ଦିଆଗଲା । ଅନ୍ୟମାନଙ୍କୁ ୧୦ରୁ ୨୦ ମିନିଟ୍ କହିବାକୁ ସୁଯୋଗ ଦିଆଯାଇଥିବା ବେଳେ ମୋତେ ମାତ୍ର ୫ ମିନିଟ୍ କହିବାକୁ ସୁଯୋଗ ମିଳିଲା । ବିରୋଧୀ ଦଳର ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀ ଏହି ବୈଠକରେ ସାମିଲ ହୋଇନଥିବା ବେଳେ ମୁଁ ବୈଠକରେ ଯୋଗ ଦେଇଥିଲି । କିନ୍ତୁ ମୋତେ ମଧ୍ୟ କହିବାକୁ ପର୍ଯ୍ୟାପ୍ତ ସୁଯୋଗ ମିଳିଲାନି । ଏହା କେବଳ ବେଙ୍ଗଲ ପ୍ରତି ଅପମାନ ନୁହେଁ ବରଂ ସମସ୍ତ ଆଞ୍ଚଳିକ ଦଳ ପ୍ରତି ଅପମାନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+