ଏହି ବିଜୟର ପ୍ରଭାବ ବହୁତ ଦୂର ପର୍ଯ୍ୟନ୍ତ ପଡ଼ିବ: ପିଏମ୍ ମୋଦୀ

ଫେଲ ମାରିଗଲା ସବୁ ସଂସ୍ଥାର ଏକଜିଟ ପୋଲ୍ ତଥ୍ୟ। ଏକା ବିଜେପି କରିଥିବା ଆକଳନ ଶେଷରେ ସଠିକ୍ ପ୍ରମାଣିତ ହେଲା । ଜୋରଦାର ସରକାରୀ ବିରୋଧୀ ଆହ୍ୱା ସତ୍ତ୍ୱେ ହରିୟାଣାରେ ବିଜେପି ହାସଲ କରିଛି ଐତିହାସିକ ହ୍ୟାଟ୍ରିକ ବିଜୟ। ହରିୟାଣା ବିଧାନସଭା ନିର୍ବାଚନରେ ବିଜୟ ବାନା ଉଡ଼ାଇଛି ବିଜେପି।

ଏହାକୁ ମିଶାଇ ଦଳ କ୍ରମାଗତ ତୃତୀୟ ଥର ପାଇଁ ହରିୟାଣାରେ ସରକାର ଗଠନ କରିବାକୁ ଯାଉଛି। ହରିୟାଣାରେ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହା ହେଉଛି ଗୀତାର ଭୂମିରେ ବିକାଶ ଓ ସୁଶାସନର ବିଜୟ । ସେ ମଧ୍ୟ ଜାମ୍ମୁ ଓ କଶ୍ମୀରରେ ନ୍ୟାସନାଲ କନଫରେନ୍ସର ବିଜୟକୁ ନେଇ ଅଭିନନ୍ଦନ ଜଣାଇଛନ୍ତି ।

ବିଜେପି ମୁଖ୍ୟାଳୟଠାରେ ଅନୁଷ୍ଠିତ ସମାରୋହରେ ସେ କହିଛନ୍ତି, ହରିୟାଣାର ଗଠନ ୧୯୬୮ରେ ହୋଇଥିଲା । ଏସବୁ ବର୍ଷରେ ଅନେକ ଦଳ ରାଜ୍ୟକୁ ଶାସନ କରିଛନ୍ତି । ହରିୟାଣାରେ ଏପର୍ଯ୍ୟନ୍ତ ୧୩ ଥର ବିଧାନସଭା ନିର୍ବାଚନ ହୋଇଛି । ଏହି ୧୩ ଥର ମଧ୍ୟରୁ ୧୦ ଥର ଏପରି ହୋଇଛି ଯେ ପ୍ରତିଶର ସରକାର ବଦଳିଛି । କିନ୍ତୁ ପ୍ରଥମ ଥର ପାଇଁ ଏପରି ହୋଇଛି ଯେ ଲଗାତାର ୨ଥର କ୍ଷମତାରେ ଥିବା ଦଳକୁ ପୁଣି ଥରେ ହରିୟାଣାବାସୀ କ୍ଷମତା ଅର୍ପଣ କରିଛନ୍ତି । ଏହି ବିଜୟର ପ୍ରଭାବ ବହୁତ ଦୂର ପର୍ଯ୍ୟନ୍ତ ପଡ଼ିବ ।

PM Modi

ଲୋକମାନେ କଂଗ୍ରେସକୁ ଥରେ କ୍ଷମତାକୁ ଆଣିଲେ ଆର ଥରକୁ ଆଣୁନାହାନ୍ତି । ଏପରି ଅନେକ ରାଜ୍ୟ ଅଛନ୍ତି ଯେଉଁଠାରେ ୫୦-୬୦ ବର୍ଷ ହେଲା କଂଗ୍ରେସ କ୍ଷମତାକୁ ଆସିନାହିଁ । ଅଧିକାଂଶ ରାଜ୍ୟର ଲୋକେ କଂଗ୍ରେସ ପାଇଁ ନୋ ଏଣ୍ଟ୍ରି ବୋର୍ଡ ଲଗାଇଦେଇଛନ୍ତି । କଂଗ୍ରେସ ସବୁବେଳେ ଭାବିଥାଏ ଯେ କିଛି କାମ ନ କଲେ ବି ଲୋକେ କ୍ଷମତାକୁ ଆଣିବେ । କିନ୍ତୁ ଏବେ କଂଗ୍ରେସର ପୋଲ୍ ଖୋଲିଯାଇଛି । କଂଗ୍ରେସ କ୍ଷମତାକୁ ନିଜର ଜନ୍ମସିଦ୍ଧ ଅଧିକାର ବୋଲି ଭାବିଥାଏ ମୋଦି କହିଛନ୍ତି ।

ସେ ଆହୁରି କହିଛନ୍ତି ଏହି ଜନାଦେଶ ଭାରତକୁ ବିଶ୍ୱର ଇସ୍ପାତ ସହର କରିବା ପାଇଁ ଦିଆଯାଇଛି। ହରିୟାଣା, ଜାମ୍ମୁ କାଶ୍ମୀରର ବିକାଶ ହେବ ଏବଂ ଆମେ ଏହା କରିବୁ । ବର୍ତ୍ତମାନ ଲକ୍ଷପତ ଦିଦି ଏବଂ ଡ୍ରୋନ୍ ଦିଦି ହରିୟାଣାରେ ତିଆରି ହେବାକୁ ଯାଉଛନ୍ତି। ଯେତେବେଳେ ମା ଏବଂ ଭଉଣୀମାନେ ସମୃଦ୍ଧ ହେବେ , ସମଗ୍ର ପରିବାର ଉପକୃତ ହେବେ । ନେସନ ଫାଷ୍ଟ୍ ସଂକଳ୍ପ ଉପରେ ବିଜେପି ସରକାର କାର୍ଯ୍ୟ କରୁଛି। ଗତ ୧୦ ବର୍ଷ ମଧ୍ୟରେ ହରିୟାଣା ସରକାରଙ୍କ ଉପରେ ଲାଗି ନାହିଁ କୌଣସି ଭ୍ରଷ୍ଟାଚାରର ଦାଗ ବୋଲି ପିଏମ ମୋଦି କହିଛନ୍ତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+