ଟେଲିକମ୍ ଏବଂ ଆନୁସଙ୍ଗିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ବିଶ୍ଵର ଅନ୍ୟତମ ସଫଳ ରାଷ୍ଟ୍ର: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଆନ୍ତର୍ଜାତିକ ଟେଲି କମ୍ୟୁନିକେଶନ ୟୁନିୟନର ୱାର୍ଲଡ ଟେଲିକମ୍ୟୁନିକେଶନ ଷ୍ଟାଣ୍ଡାର୍ଡାଇଜେସନ୍ ସମ୍ମିଳନୀ - WTSAକୁ ଉଦ୍‌ଘାଟନ କରିଛନ୍ତି । ମିଳିତ ଜାତିସଂଘର ଏଜେନ୍ସୀ ଅନ୍ତର୍ଜାତୀୟ ଟେଲିକମ୍ ୟୁନିୟନର ମାନକୀକରଣ କାର୍ଯ୍ୟ ପାଇଁ ପ୍ରତି ୪ ବର୍ଷରେ ଥରେ ଏହି ପରିଚାଳନା ସମ୍ମିଳନୀ ଆୟୋଜିତ ହୋଇଥାଏ ।

ଚଳିତବର୍ଷ ପ୍ରଥମଥର ପାଇଁ ITU-WTSA ଭାରତ ଏବଂ |ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଇଣ୍ଡିଆ ମୋବାଇଲ୍ କଂଗ୍ରେସ- ୨୦୨୪ର ଅଷ୍ଟମ ସଂସ୍କରଣକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କ‌ହିଛନ୍ତି ଭାରତ ଆଜି ଟେଲିକମ୍ ଏବଂ ଆନୁସଙ୍ଗିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଶ୍ଵର ଅନ୍ୟତମ ସଫଳ ଦେଶ ।

ଭାରତରେ ୧୨୦ କୋଟି ମୋବାଇଲ୍‌ଫୋନ୍ ବ୍ୟବହାରକାରୀ, ୯୫ କୋଟି ଇଣ୍ଟରନେଟ୍ ବ୍ୟବହାରକାରୀ ଥିବା ବେଳେ ବିଶ୍ବର ୪୦ ପ୍ରତିଶତରୁ ଅଧ‌ିକ ରିୟଲ୍ ଟାଇମ୍ ଡିଜିଟାଲ୍ କାରବାର ଭାରତରେ ହେଉଛି । ଏ.ଆଇ.ର ନୈତିକ ବ୍ୟବହାର ପାଇଁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ସୁରକ୍ଷ, ମର୍ଯ୍ୟାଦା ଏବଂ ସମାନତା ସମସ୍ତ ଆଲୋଚନାର କେନ୍ଦ୍ରରେ ରହିବା ଉଚିତ ।

Narendra modi

ସେ କହିଛନ୍ତି ଭାରତ ଶେଷ-ମାଇଲ୍ ବିତରଣ ପାଇଁ ଡିଜିଟାଲ ସଂଯୋଗକୁ ପ୍ରଭାବୀ ଉପକରଣରେ ପରିଣତ କରିଛି । ଭାରତର ଡିଜିଟାଲ ଦୃଷ୍ଟିକୋଣ ମୁଖ୍ୟତଃ ଶସ୍ତା ଉପକରଣ, ସମସ୍ତ କୋଣକୁ ସଂଯୋଗ, ସୁଲଭ ମୂଲ୍ୟରେ ଡାଟା ଏବଂ ଡିଜିଟାଲ୍ -ପ୍ରଥମ ଭଳି ୪ଟି ସ୍ତମ୍ଭ ଉପରେ କାର୍ଯ୍ୟ କରିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱସ୍ତରୀୟ ମାନକ ଦିଗରେ କାର୍ଯ୍ୟ କରିବା WTSAର ଲକ୍ଷ୍ୟ ହୋଇଥିବା ବେଳେ ସେବା କ୍ଷେତ୍ରରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସର ଗୁରୁତ୍ୱପୂର୍ଣ ଭୂମିକା ରହିଛି ।

WTSA ହେଉଛି ଏକ ଗୁରୁତ୍ବପୂର୍ଣ ବିଶ୍ବସ୍ତରୀୟ କାର୍ଯ୍ୟକ୍ରମ, ଯାହା ଟେଲିକମ୍, ଡିଜିଟାଲ ଏବଂ ଆଇସିଟି କ୍ଷେତ୍ରର ପ୍ରତିନିଧ୍ଵ କରୁଥିବା ୧୯୦ରୁ ଅଧିକ ଦେଶର ୩ ହଜାରରୁ ଅଧିକ ଶିଳ୍ପ ନେତୃତ୍ବ, ନୀତି ନିର୍ଦ୍ଧାରକ ଏବଂ ବୈଷୟିକ ବିଶେଷଜ୍ଞଙ୍କୁ ଏକାଠି କରିବ । ଏହା 6-G, A.1, 1.0.T, ବିଗ୍ ଡାଟା, ସାଇବର ସୁରକ୍ଷା ଏବଂ ଅନ୍ୟାନ୍ୟ ପରବର୍ତ୍ତୀ ପିଢ଼ିର ଗୁରୁତ୍ଵପୂର୍ଣ ଟେକ୍ନୋଲୋଜିର ଭବିଷ୍ୟତ ମାନକ ବିଷୟରେ ଆଲୋଚନା ଏବଂ ନିଷ୍ପରି ନେବା ପାଇଁ ସଦସ୍ୟ ଦେଶମାନଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିବ ।

ଭାରତରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ଦ୍ବାରା ଦେଶକୁ ବୈଶ୍ୱକ ଟେଲିକମ୍ ଏଜେଣ୍ଡାକୁ ରୂପ ଦେବାରେ ଏବଂ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ପାଇଁ ମାର୍ଗ ନିର୍ଦ୍ଧାରଣ କରିବାକୁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାର ସୁଯୋଗ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+