ବଢୁଛି ଷ୍ଟାର୍ଟଅପ୍ ଟ୍ରେଣ୍ତ୍: ଚାକିରି ମାଗିବା ପରିବର୍ତ୍ତେ ଚାକିରି ପ୍ରଦାନକାରୀ ପାଲଟିଛନ୍ତି ଦେଶର ଯୁବକ

PM Modi: ୨୦ ମାର୍ଚ୍ଚ ତାରଇଖରେ ଅର୍ଥାତ୍ ବୁଧବାର ଦିନ ରାଜଧାନୀ ଦିଲ୍ଲୀର ଭାରତ ମଣ୍ଡପମ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ଷ୍ଟାର୍ଟଅପ୍ ମହାକୁମ୍ଭ' କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ,ବର୍ତ୍ତମାନ ଦେଶ ୨୦୪୭ ର ବିକାଶ ପାଇଁ ପ୍ରସ୍ତୁତ ହେଉଛି, ରୋଡମ୍ୟାପ୍ ତିଆରି କରୁଛି ।

ଏପରି ସମୟରେ ଷ୍ଟାର୍ଟଅପ୍ ମହାକୁମ୍ଭର ମହତ୍ୱ ଖୁବ୍ ଅଧିକ ରହିଛି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଭାରତ ଆଇଟି ଏବଂ ସଫ୍ଟୱେୟାର କ୍ଷେତ୍ରରେ ନିଜର ନୂଆ ପରିଚୟ ସୃଷ୍ଟି କରିଛି । ବର୍ତ୍ତମାନ ଆମ ଦେଶରେ ଷ୍ଟାର୍ଟଅପ୍ ଏବଂ ଇନୋଭେସନ କଲଚରର ଟ୍ରେଣ୍ତ୍ ଲଗାତାର ବୃଦ୍ଧି ପାଉଥିବାର ଦେଖିବା ପାଇଁ ମିଳୁଛି ।

'ଷ୍ଟାର୍ଟଅପ୍ ମହାକୁମ୍'ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, "ଷ୍ଟାର୍ଟ ଅପ୍ ଇଣ୍ଡିଆ ଅଭିଯାନ ଅଧୀନରେ ଇନୋଭେଟିଭ୍ ଇଣ୍ତିଆକୁ ଏକ ନୂଆ ପ୍ଲାଟଫର୍ମ ଦେଇଛି ଏବଂ ସେମାନଙ୍କୁ ଅର୍ଥ ଉତ୍ସ ସହିତ ଯୋଡିଥିଲା। ଏହା ସହିତ ଆଜି ସମଗ୍ର ଦେଶ ଗର୍ବର ସହିତ କହିପାରେ ଯେ, ଆମର ଷ୍ଟାର୍ଟ ଅପ୍ ଇକୋସିଷ୍ଟମ୍ କେବଳ ବଡ ସହର ସହିତ ଜଡିତ ନାହିଁ । ଦେଶର ଛୋଟ ସହରର ଯୁବକମାନଙ୍କ ଦ୍ୱାରା ଭାରତର ଷ୍ଟାର୍ଟଅପ୍ ବିପ୍ଳବ ପରିଚାଳିତ ହେଉଛି। ପ୍ରତ୍ୟେକ କ୍ଷେତ୍ରରେ ଯୁବକମାନେ ନୂଆ ନୂଆ ଆଇଡିଆ ଆଣିଥାନ୍ତି ।

PM Modi

AI ବିଷୟରେ ଆଲୋଚନା କରି ମୋଦୀ କହିଛନ୍ତି, ବର୍ତ୍ତମାନ ଆମେ ଏଇ ଟେକ୍ନୋଲୋଜି ସହ ଜଡିତ ଏକ ନୂତନ ଯୁଗରେ ଆସି ପହଞ୍ଚିଛୁ ... ମୁଁ AI ରୁ ବହୁତ ସାହାଯ୍ୟ ନେଉଛି, ଯେତେବେଳେ ନିର୍ବାଚନ ପ୍ରଚାରରେ ଭାଷା ପ୍ରତିବନ୍ଧକ ଥାଏ, ମୁଁ AI ସାହାଯ୍ୟରେ ପ୍ରତ୍ୟେକ ମୁଁ ଭାଷା ଶିଖି ପାରୁଛି ଏବଂ ଲୋକଙ୍କ ନିକଟରେ ପହଞ୍ଚି ପାରୁଛି ।

ସେହିପରି ଚାକିରିକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଦେଶର ଯୁବବର୍ଗ ଚାକିରି ଖୋଜିବା ପରିବର୍ତ୍ତେ ଚାକିରି ପ୍ରଦାନକାରୀ ହୋଇପାରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି, "ଭାରତୀୟ ଯୁବକମାନଙ୍କ ସାମର୍ଥ୍ୟକୁ ବିଶ୍ୱ ଦେଖୁଛି। ସେମାନଙ୍କ ଦକ୍ଷତା ଉପରେ ବିଶ୍ୱାସ କରି ଆମେ ସେମାନଙ୍କ ଆକାଂକ୍ଷାକୁ ପୂରଣ କରିବାକୁ ନିଷ୍ପତ୍ତି ନେଇଛୁ। ଆମେ ଲୋକଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରିଛୁ; ଯୁବକମାନେ ଚାକିରି କରିବା ପରିବର୍ତ୍ତେ ଚାକିରି ଦେବା ପାଇଁ ଚେଷ୍ଟା କରନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+