ବିଶ୍ୱର ଭବିଷ୍ୟତକୁ ଆକାର ଦେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ଭାରତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ ବିଶ୍ୱର ଭବିଷ୍ୟତକୁ ଆକାର ଦେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ସେ କହିଛନ୍ତି ଏବେ ଭାରତ ସମସ୍ତ କ୍ଷେତ୍ରରେ ଅଭୂତପୂର୍ବ ଉପଲବ୍ଧି ହାସଲ କରିବା ସହ ବିକାଶ ଦିଗରେ ଅଗ୍ରସର ହେଉଛି । ଏକ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଆୟୋଜିତ ବିଶ୍ୱ ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃତ୍ରିମ ବୁଦ୍ଧିମତ୍ତାକୁ ବିଶ୍ୱ ମାନ୍ୟତା ପ୍ରଦାନ କରିଛି ।

ଯେତେବେଳେ ଭାରତ ଏ.ଆଇ.ଆକାଂକ୍ଷୀ ଦେଶରେ ପରିଣତ ହୋଇଛି । ସେ ଆହୁରି କହିଛନ୍ତି ଯେତେବେଳେ ସାରା ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଗତି କରୁଥିଲା, ସେ ସମୟରେ ଭାରତ ସମସ୍ତଙ୍କ ପାଇଁ ଆଶାର ଆଲୋକ ପାଲଟିଥିଲା । କୋଭିଡ-୧୯, ବିଶ୍ୱ ଅର୍ଥବ୍ୟବସ୍ଥା, ମୁଦ୍ରାସ୍ଫୀତି, ବେରୋଜଗାରୀ, ଜଳବାୟୁ ପରିବର୍ତ୍ତନ ଏବଂ ଯୁଦ୍ଧ ଭଳି ପ୍ରସଙ୍ଗ ନେଇ ଶ୍ରୀ ମୋଦୀ କହିଛନ୍ତି ବିଶ୍ୱର ଏଭଳି ସ୍ଥିତି ଭାରତକୁ ପ୍ରଭାବିତ କରିଛି ।

Narendra modi

ପ୍ରଧାନମନ୍ତ୍ରୀ କହିଛନ୍ତି ଏନଡିଏ ସରକାର ତୃତୀୟ କାର୍ଯ୍ୟକାଳ ସମୟରେ ମାତ୍ର ୧୨୫ ଦିନ ମଧ୍ୟରେ ୯ ଲକ୍ଷ କୋଟି ଟଙ୍କାର ଭିତ୍ତିଭୂମି ନିର୍ମାଣ ପ୍ରକଳ୍ପକୁ ମଂଜୁରୀ ପ୍ରଦାନ କରିଛି ଏବଂ ସେହି ସମୟ ମଧ୍ୟରେ ୧୫ଟି ନୂଆ ବନ୍ଦେ ଭାରତ ରେଳଗାଡ଼ିର ଶୁଭାରମ୍ଭ କରିଛି । ସେ କହିଛନ୍ତି ଇତିମଧ୍ୟରେ ୮ଟି ବିମାନ ବନ୍ଦରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ସହ ୫ ଲକ୍ଷ ଘରର ଛାତ ଉପରେ ସୌରଯନ୍ତ୍ର ସ୍ଥାପନ କରାଯାଇଛି ।

୧୨୫ ଦିନ ମଧ୍ୟରେ ଦେଶରେ ୯୦ କୋଟିରୁ ଅଧିକ ଚାରା ରୋପଣ କରାଯାଇଛି । ପିଏମ ମୋଦୀ କହିଛନ୍ତି ଏହି ସମୟ ମଧ୍ୟରେ ଦେଶର ବୈଦେଶିକ ମୁଦ୍ରାପାଣ୍ଠି ୭ଶହ ବିଲିୟନ ଡଲାର ଅତିକ୍ରମ କରିଛି । ଡିଜିଟାଲ ଭବିଷ୍ୟତ ଏବଂ ଦୂରସଂଚାର କ୍ଷେତ୍ରରେ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜନ କରାଯିବା ସହ ଫିନ୍‌ଟେକ୍ ମେଳା ଏବଂ ସେମିକଣ୍ଡକ୍ଟର ସମ୍ଭାବନା ଉପରେ ଆଲୋଚନା କରାଯାଇଛି । ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ କେବଳ ଯୋଜନା ପ୍ରସ୍ତୁତ କରୁନାହିଁ, ବରଂ ଯୋଜନା ଗୁଡ଼ିକ କିଭଳି କାର୍ଯ୍ୟରେ ପରିଣତ ହେବ, ସେଥିପ୍ରତି ମଧ୍ୟ ଗୁରୁତ୍ୱ ପ୍ରଦାନ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+