ଆତ୍ମନିର୍ଭରତାକୁ ଦେଶ’ ବିକଶିତ ଭାରତର ଭିତ୍ତିଭୂମି ଭାବେ ପରିଣତ କରିଛି:ପ୍ରଧାନମନ୍ତ୍ରୀ

ଆତ୍ମନିର୍ଭରତାକୁ ଦେଶ ବିକଶିତ ଭାରତର ଭିତ୍ତିଭୂମି ଭାବେ ପରିଣତ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତବ୍ୟକ୍ତ କରିଛନ୍ତି । ଆଜି ଗୁଜରାଟର ଅହମ୍ମଦାବାଦରେ ୫ ହଜାର ୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଆତ୍ମନିର୍ଭରତାକୁ ଅଧିକ ସଶକ୍ତ କରିବା ଲାଗି ସରକାର ପଶୁପାଳକ, କୃଷକ ଓ ବିଶେଷ କରି ଲଘୁ ଉଦ୍ୟୋଗୀମାନଙ୍କର ବିକାଶ ଲାଗି ଅନେକ ପଦକ୍ଷେପ ନେଉଛନ୍ତି । ଏହାଛଡ଼ା ଦୁଗ୍ଧ ଉତ୍ପାଦନ ଓ ସମବାୟ କ୍ଷେତ୍ରରେ ମଧ୍ୟ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ।

ଏହାର ସୁଫଳ ତୃଣମୂଳ ସ୍ତରରେ ପହଞ୍ôଚବା ସହିତ ଅର୍ଥନୀତି ଅଭିବୃଦ୍ଧି ଦିଗରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଇ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ପହଞ୍ôଚବା ପରେ ସେଠାରୁ ସଭାସ୍ଥଳ ପର୍ଯ୍ୟନ୍ତ ସେ ଏକ ବିଶାଳ ରୋଡ୍‍ ଶୋ' କରିଥିଲେ । ରାସ୍ତାର ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ଶ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ । ଆଜି ଉଦ୍‍ଘାଟିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ୨ ହଜାର ୫୦୦ କୋଟି ଟଙ୍କାର ସହରାଞ୍ଚଳ ବିକାଶ ଯୋଜନା ଏବଂ ୧୧ଶହ କୋଟି ଟଙ୍କାର ଶକ୍ତି ଯୋଗାଣ ପ୍ରକଳ୍ପ ରହିଛି ।

narendra modi

ଆସନ୍ତାକାଲି ପୂର୍ବାହ୍ଣରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ହଂସଲପୁର ଠାରେ ହାଇବ୍ରିଡ୍‍ ବ୍ୟାଟେରୀ ଇଲେକ୍ଟ୍ରୋଡ୍‍ର ସ୍ଥାନୀୟ ଉତ୍ପାଦନକୁ ଉଦ୍‍ଘାଟନ କରିବେ । ଏହି ଅବସରରେ ଶ୍ରୀ ମୋଦୀ ୧୦୦ଟି ଦେଶକୁ ଇଲେକ୍ଟ୍ରିକ୍‍ ଯାନ ରପ୍ତାନୀର ଶୁଭାରମ୍ଭ କରିବା ସହ ଉପସ୍ଥିତ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+