ବଜେଟ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିକ୍ରିୟା,କହିଲେ ସବୁ ବର୍ଗଙ୍କୁ ଗୁରୁତ୍ୱ
ନୂଆଦିଲ୍ଲୀ: ଦେଶର ବିକାଶ ଦିଗରେ ଚଳିତ ବଜେଟରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମଧ୍ୟବର୍ତ୍ତୀ ବଜେଟରେ ୪ଟି ଭିନ୍ନ ଜାତି ତଥା ଗରିବ, ମହିଳା, ଯୁବକ ଏବଂ କୃଷକ ଉପରେ ଧ୍ୟାନ ଦିଆଯାଇଛି । କୃଷକମାନଙ୍କ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ ଘୋଷଣା ୩୧୦୦ ଘୋଷଣା କରାଯାଇଛି ।
ଫସଲ, ମୂଲ୍ୟ ଉପରେ ଅତିକମରେ ୫୦% ମାର୍ଜିନ ପ୍ରତିଶୃତି ପୂରଣ ହୋଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ଆହୁରି ୫ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା, ଯେଉଁଥିରେ ୮୦ କୋଟିରୁ ଅଧିକ ଲୋକଙ୍କୁ ଉପକୃତ ହୋଇଛନ୍ତି । ଏହାସହିତ ଚଳିତ ବର୍ଷର ବଜେଟ୍ ସମସ୍ତଙ୍କ ବିକାଶ ପାଇଁ ବୋଲି କହିଛନ୍ତି ନିର୍ମଳା । ଏହା ହେଉଛି ବିକଶିତ ଭାରତର ରୋଡମ୍ୟାପ ।

ଯାହା ଶକ୍ତି ସୁରକ୍ଷା, ରୋଜଗାର ବୃଦ୍ଧି, ପ୍ରାକୃତିକ ଚାଷ ବୃଦ୍ଧି, କୃଷି କ୍ଷେତ୍ରର ବିକାଶ ଦଗରେ କାମ କରିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ଯାହା ସରକାରଙ୍କ ପ୍ରଥମ ପ୍ରାଥମିକତା । ତେବେ ସମସ୍ତ ଘଡିସନ୍ଧି ମୁହୂର୍ତ୍ତରେ ବି ଭାରତର ଅର୍ଥନୀତି ଚମକୁଛି ବୋଲି କହିଛନ୍ତି ନିର୍ମଳା । ବର୍ତ୍ତମାନ ବଜେଟ ଉପସ୍ଥାପନା ପରେ ପ୍ରଧାନମନ୍ତ୍ରୀ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏହା ବିକାଶକୁ ନୂତନ ଉଚ୍ଚତାକୁ ନେଇଯିବ । ସମାଜର ସମସ୍ତ ବିଭାଗ ଏଥିରୁ ଉପକୃତ ହେବାକୁ ଯାଉଛନ୍ତି ।
ଯୁବକମାନେ ଅନେକ ସୁଯୋଗ ପାଇବେ, ଦଳିତ ଏବଂ ପଛୁଆ ସମ୍ପ୍ରଦାୟର ଲୋକମାନେ ଅଧିକ ଶକ୍ତିଶାଳୀ ହେବେ । ବଜେଟ ଉପସ୍ଥାପନ କରିବା ପରେ ଦେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି , ଏହି ବଜେଟ ମହିଳାଙ୍କ ଆର୍ôଥକ ଅଂଶଗ୍ରହଣକୁ ନିଶ୍ଚିତ କରିବ । ଏହା ବ୍ୟତୀତ ଅର୍ଥନୈତିକ ବିକାଶ ମଧ୍ୟ ନୂତନ ଗତି ପାଇବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଗତ ଦଶ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଦାରିଦ୍ର୍ୟରୁ ବାହାରିଛନ୍ତି ।
ଏହି ବଜେଟ ନୂତନ ମଧ୍ୟବିତ୍ତ ଶ୍ରେଣୀର ସଶକ୍ତିକରଣ ପାଇଁ ଅଟେ । ଏହି ବଜେଟ ଯୁବକମାନଙ୍କୁ ଅସୀମିତ ସୁଯୋଗ ପ୍ରଦାନ କରିବ ଏବଂ ଏକ ନୂତନ ସ୍କେଲ ଦେବ । ନୂତନ ମଧ୍ୟବିତ୍ତଙ୍କୁ ଶକ୍ତି ପ୍ରଦାନ କରିବ ଏବଂ ମହିଳା, କ୍ଷୁଦ୍ର ବ୍ୟବସାୟୀ ଏବଂ ଏମଏସଏମଇଗୁଡିକୁ ସାହାଯ୍ୟ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।












Click it and Unblock the Notifications