'ବୈଶ୍ୱିକ ଆହ୍ୱାନ ଗୁଡ଼ିକ ମଧ୍ୟରେ ସ୍ଥିରତା ଏବଂ ସମ୍ବେଦନଶୀଳତାର ପ୍ରତୀକ ଭାବେ ଉଭା ହୋଇଛି ଭାରତ'
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସାମ୍ପ୍ରତିକ ବୈଶ୍ୱିକ ଆହ୍ୱାନ ଗୁଡ଼ିକ ମଧ୍ୟରେ ଭାରତ ସ୍ଥିରତା ଏବଂ ସମ୍ବେଦନଶୀଳତାର ପ୍ରତୀକ ଭାବେ ଉଭା ହୋଇଛି । ଦୀପାବଳି ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଚିଠିରେ ଶ୍ରୀ ମୋଦୀ କହିଛନ୍ତି, ନିକଟ ଭବିଷ୍ୟତରେ ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବା ପଥରେ ଅଗ୍ରସର ହେଉଛି ବିକାଶ ଏବଂ ଆତ୍ମନିର୍ଭର ଭାରତର ଯାତ୍ରାରେ ପ୍ରତ୍ୟେକ ନାଗରୀକଙ୍କର ରାଷ୍ଟ୍ର ପାଇଁ ରହିଥିବା କର୍ତ୍ତବ୍ୟ ପାଳନ ପ୍ରାଥମିକ ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ଅପରେସନ୍ ସିନ୍ଦୂର ସମୟରେ ଭାରତ ଧାର୍ମିକତାକୁ ବଜାୟ ରଖିବା ସହ ଅନ୍ୟାୟର ପ୍ରତିଶୋଧ ମଧ୍ୟ ନେଇଥିଲା । ପ୍ରଭୁ ଶ୍ରୀରାମ ଲୋକଙ୍କୁ ଧାର୍ମିକତାକୁ ବଜାୟ ରଖିବା ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବା ପାଇଁ ସାହସ ପ୍ରଦାନ କରନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି ।












Click it and Unblock the Notifications