'ଟ୍ରମ୍ପ୍ ନିମନ୍ତ୍ରଣ କରିଥିଲେ; ମୁଁ କହିଲି ମୋତେ ଜଗନ୍ନାଥ ଧାମରୁ ନିମନ୍ତ୍ରଣ ଅଛି, ଆମେରିକା ଯାଇ ହେବନି'
କାନାଡ଼ା ଗସ୍ତରେ ଥିଲା ବେଳେ ଟ୍ରମ୍ପ୍ ନିମନ୍ତ୍ରଣ କରିଥିଲେ । ମାତ୍ର ମୁଁ କହିଲି ମୋତେ ଜଗନ୍ନାଥ ଧାମରୁ ନିମନ୍ତ୍ରଣ ଅଛି, ଜଗନ୍ନାଥଙ୍କ ଧାମକୁ ଯିବାର ଅଛି ।ଆମେରିକା ଯାଇ ହେବନି। ମହାପ୍ରଭୁ ମୋତେ ଏଠାକୁ ଟାଣି ଆଣିଛନ୍ତି।
ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ। ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ। ଏହି ବର୍ଷଟି ସୁଶାସନ ସ୍ଥାପନର ବର୍ଷ। ମୁଁ ଓଡ଼ିଶାବାସୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି। ମୋହନ ସରକାରଙ୍କ ଟିମ୍କୁ ବଧାଇ ଜଣାଉଛି ।
ବର୍ଷକ ଭିତରେ ବେଶ୍ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଓଡ଼ିଶା ଆମର ସଂସ୍କୃତିକୁ ପରିପୂର୍ଣ୍ଣ କରିଛି । ବିଗତ ବର୍ଷକ ଭିତରେ ବିକାଶ ଓ ବିରାସତକୁ କରି ଦେଖାଇଛି । ଓଡ଼ିଶାର ବିଜେପି ସରକାର ବର୍ଷେ ପୂରଣ କରିଛି। ବର୍ଷ ପୂରଣ ସହ ଆଗକୁ ରଥଯାତ୍ରା ହେବାକୁ ଯାଉଛି ।
ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଯେଉଁସବୁ ରାଜ୍ୟରେ ବିଜେପି ଶାସନ ଆସିଛି, ବିକାଶ ଆସିଛି । ଆସାମ ଓ ତ୍ରିପୁରା ରାଜ୍ୟର ଉଦାହରଣ ରଖିଲେ ।
ବିଜେପି କେବଳ ବିକାଶରେ ହିଁ ବିଶ୍ବାସ କରେ । ଓଡ଼ିଶା ଦଶନ୍ଧି ଦଶନ୍ଧି ହେଲା ଗରିବ ସହ ଜୁଝୁଛି । ଏହାର ସମାଧାନ ପାଇଁ ବିଜେପି ସରକାର ପୂରା ଜୋର ଲଗାଇଛି ।

ଏଠାରେ ବିକାଶର ଡବଲ ଇଞ୍ଜିନ ଚାଲିଛି । ଆଜିର ଶିଳାନ୍ୟାସ ଓ ଉଦ୍ଘାଟନ ଡବଲ ଇଞ୍ଜିନର ପ୍ରଭାବ ।
ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ ଥିଲେ, ଯୋଡ଼ି ହୋଇଛନ୍ତି । ମୋ ରାଜ୍ୟ ଗୁଜରାଟ ସୁରତରେ ବି ଓଡ଼ିଆ ଲୋକେ ସୁବିଧା ପାଇଲେ ।
ଡବଲ ଇଞ୍ଜିନ ସରକାର ଆସିବା ଦ୍ବାରା ଏହା ଦୂର ହୋଇଛି । ପୂର୍ବରୁ କିଷାନ ସମ୍ମାନ ନିଧି ମିଳୁ ନ ଥିଲା, ଏବେ ମିଳୁଛି ।












Click it and Unblock the Notifications