'ୱାନ୍ ନେସନ୍ ୱାନ୍ ଇଲେକ୍ସନ ଆମର ପ୍ରତିବଦ୍ଧତା'
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ତାଙ୍କ ସରକାର 'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ପାଇଁ ପ୍ରତିବଦ୍ଧ । ବିଜେପି ମଧ୍ୟ ତାହାର ମନିଫେଷ୍ଟରେ ଏହାକୁ ପ୍ରମୁଖ ସ୍ଥାନ ଦେଇଛି ଏବଂ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଏହି ପ୍ରତିଶ୍ରୁତିର ପୁନରାବୃତ୍ତି କରିଛନ୍ତି, ଆଉ ଏହାକୁ ଏବେ ବଡ଼ ସଙ୍କେତ ବୋଲି ମାନାଯାଉଛି । ନ୍ୟୁଜ୍ ଏଜେନ୍ସି ଏଏନଆଇ କୁ ଦିଆଯାଇଥିବା ଏକ ବିସ୍ତୃତ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହା ଉପରେ ଅତ୍ୟନ୍ତ ସକରାତ୍ମକ ଏବଂ ଅଭିନବ ପରାମର୍ଶ ଗ୍ରହଣ କରିଛି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ କହିବା ଅନୁଯାୟୀ, 'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଆମର ପ୍ରତିବଦ୍ଧତା । ସଂସଦରେ ମଧ୍ୟ ଆମେ ଏ ବିଷୟରେ ଆଲୋଚନା କରିଛୁ । ଆମେ ଏକ କମିଟି ମଧ୍ୟ ଗଠନ କରିଛୁ । କମିଟି ମଧ୍ୟ ଏହାର ରିପୋର୍ଟ ଦାଖଲ କରିଛି । ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ଦେଶର ଅନେକ ଲୋକ ଏକାଠି ହୋଇଛନ୍ତି । ଅନେକ ଲୋକ କମିଟିକୁ ସେମାନଙ୍କର ପରାମର୍ଶ ଦେଇଛନ୍ତି । କମିଟି ବହୁତ ସକରାତ୍ମକ ଏବଂ ଅଭିନବ ପରାମର୍ଶ ଗ୍ରହଣ କରିଛି ଏବଂ ଯଦି ଆମେ ଏହି ରିପୋର୍ଟ କାର୍ଯ୍ୟକାରୀ କରିବାରେ ସଫଳ ହେବୁ , ତେବେ ଦେଶ ଏହା ବହୁତ ଲାଭବାନ ହେବ ବୋଲି କହିଛନ୍ତି ପିଏମ୍ ମୋଦି ।

ରବିବାର ଦିନ ପ୍ରକାଶିତ ବିଜେପିର ମନିଫେଷ୍ଟୋରେ 'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ'କୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏ ସମ୍ପର୍କରେ ଦଳର ରିଜୋଲ୍ୟୁସନ୍ ଚିଠିରେ କୁହାଯାଇଛି ଯେ ଏକକାଳୀନ ନିର୍ବାଚନ ହେବାର ଯାଞ୍ଚ ପାଇଁ ଆମେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରିଛୁ ଏବଂ ଏହି କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବା ଦିଗରେ କାର୍ଯ୍ୟ କରିବୁ ।
ଗତ ବର୍ଷ ସେପ୍େଟମ୍ବରରେ କେନ୍ଦ୍ର ସରକାର ଏକ ଦେଶ, ଗୋଟିଏ ନିର୍ବାଚନ ବିଷୟରେ ବିଚାର କରିବା ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଥିଲେ ଏବଂ ଦେଶରେ ଏକକାଳୀନ ନିର୍ବାଚନ କରିବା ପାଇଁ ପରାମର୍ଶ ଲୋଡିଥିଲେ ।












Click it and Unblock the Notifications