P20 Summit India: ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ କହିଲେ ଏହା ଶାନ୍ତି ଓ ଭାଇଚାରାର ସମୟ

P20 Summit India: ଭାରତରେ P-20 Summitର ଆୟୋଜିକ ହେଉଛି । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପି -20 ଦେଶର ନେତାମାନଙ୍କୁ ସମ୍ବୋଧିତ କରିଥିଲେ। ସେ କହିଛନ୍ତି ଯେ ଏହି ଶିଖର ସମ୍ମିଳନୀ ହେଉଛି ମହାକୁମ୍ଭ । ଆପଣ ସମସ୍ତଙ୍କର ଏଠିକି ଆସିବା ଅତ୍ୟନ୍ତ ଶୁଭ । ବର୍ତ୍ତମାନ ଭାରତରେ ପର୍ବର ସମୟ ଚାଲିଛି । 13-14 ଅକ୍ଟୋବରରେ P-20 ଶିଖର ସମ୍ମିଳନୀ ଆୟୋଜିତ ହେବ ।

ପି -20 ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ, ବିଶ୍ୱ ଆଜି ଯେଉଁ ସଂଘର୍ଷର ସାମ୍ନା କରୁଛି ସେଥିରୁ କାହାକୁ କିଛି ଲାଭ ମିଳିବ ନାହିଁ । ବର୍ତ୍ତମାନ ବିଶ୍ୱରେ ମାନବତା ଆଧାରରେ ଆଗକୁ ବଢିବାର ସମୟ । ବିଶ୍ୱସ୍ତରରେ ପ୍ରତ୍ୟେକ ଦେଶ ପରସ୍ପରକୁ ବିଶ୍ୱାସ କରିବା ଉଚିତ୍ । ସଫଳତା ରାସ୍ତାରେ ଥିବା ସମସ୍ତ ପ୍ରତିବନ୍ଧକକୁ ଆମକୁ ଦୂର କରିବା ପାଇଁ ପଡିବ । ଏହା ଶାନ୍ତି ଓ ଭାଇଚାରା ସହ ଆଗକୁ ବଢିବାର ସମୟ ।

 Narendra Modi

ସେହିପରି ପ୍ରାୟ ୨୦ ବର୍ଷ ତେଳେ ଭାରତ ସଂସଦ ଭବନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତରେ ହେଉଁଥିବା ଆତଙ୍କବାଦୀ ଆକ୍ରମଣରେ ଅନେକ ନିରିହ ଲୋକଙ୍କର ଜୀବନ ଯିବା ପ୍ରସଙ୍ଗରେ ମଧ୍ୟ ମୋଦି ଆଲୋଚନା କରିଥିଲେ ।

ସାରା ବିଶ୍ୱ ପାଇଁ ଆତଙ୍କବାଦୀ କେତେ ଚ୍ୟାଲେଞ୍ଜ ସୃଷ୍ଚି କରିଥାନ୍ତି ତାହା ସମସ୍ତେ ବୁଝି ପାରିଛନ୍ତି । ଏହା ବିଶ୍ୱ ସମ୍ମୁଖରେ ସବୁଠାପୁ ବଡ଼ ଚିନ୍ତାର ବିଷୟରେ ଏହାର କଡା କଡି ମୁକାବିଲା କରିବା ପାଇଁ ପଡିବ । ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି ଆମକୁ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ଭାବନକୁ ନେଇ ଆଗକୁ ବଢିବା ପାଇଁ ପଡିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+