ଗିନିଜ୍‍ ବିଶ୍ୱ ରେକର୍ଡ୍‍ରେ ସ୍ଥାନିତ ହେଲା ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ

ପରୀକ୍ଷା ପେ ଚର୍ଚ୍ଚା ୨୦୨୫ ଗିନିଜ୍‍ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛି । ଗୋଟିଏ ମାସରେ ସର୍ବାଧିକ ପଞ୍ଜିକରଣ ଆଧାରରେ ଏହି ରେକର୍ଡ଼ ସୃଷ୍ଟି ହୋଇଛି । ଏହି କାର୍ଯ୍ୟକ୍ରମ ପାଇଁ ମାଇ ଗଭ୍‍ ପ୍ଲାଟ୍‍ଫର୍ମରେ ଅଷ୍ଟମ ସଂସ୍କରଣରେ ୩ କୋଟି ୫୩ ଲକ୍ଷ ବୈଧ ପଞ୍ଜିକରଣ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିକଳ୍ପିତ ଏବଂ ନେତୃତ୍ୱାଧୀନ ଏହା ଏକ ଅନନ୍ୟ ପ୍ଲାଟ୍‍ଫର୍ମ ।

ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ' ସିଧାସଳଖ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହ ମତ ବିନିମୟ କରନ୍ତି । ସକାରାତ୍ମକ ଚିନ୍ତାଧାରା ନେଇ ପରୀକ୍ଷା ପ୍ରସ୍ତୁତିରେ ଏହି ପଦକ୍ଷେପ ବିଶେଷ ସହଯୋଗ ପ୍ରଦାନ କରିଥାଏ । ନୂଆଦିଲ୍ଲୀ ଠାରେ ଆଜି ଆୟୋଜିତ ଏକ ସମାରୋହରେ ଆନୁଷ୍ଠାନିକ ଭାବେ ଗିନିଜ୍‍ ବିଶ୍ୱ ରେକର୍ଡ଼ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।

pm modi

ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବୈଦ୍ୟୁତିକ ଏବଂ ଆଇ.ଟି. ରାଷ୍ଟ୍ର ମନ୍ତ୍ରୀ ଜିତିନ ପ୍ରସାଦ ପ୍ରମୁଖ ଏହି ସମାରୋହରେ ଉପସ୍ଥିତ ଥିଲେ । ୨୦୧୮ ମସିହାରୁ ମାଇ ଗଭ୍‍ ପ୍ଲାଟ୍‍ଫର୍ମ ସହଯୋଗରେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଆସୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+