Get Updates
Get notified of breaking news, exclusive insights, and must-see stories!

ସ୍ୱାଧୀନତା ଦିବସରେ ପିଏମ ମୋଦିଙ୍କ ନୂଆ ମନ୍ତ୍ର: ‘ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ’

ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନରେ ଯୋଡିଛନ୍ତି ନୂଆ ନାରା। ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନ ପାଇଁ ଆହ୍ୱାନ ଦେଇଛନ୍ତି ମୋଦି ।

ନୂଆଦିଲ୍ଲୀ: ଲାଲକିଲ୍ଲାରୁ ସ୍ୱାଧୀନତା ଦିବସ ଅବସରରେ ନୂଆ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନରେ ଯୋଡିଛନ୍ତି ନୂଆ ନାରା। ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନ ପାଇଁ ଆହ୍ୱାନ ଦେଇଛନ୍ତି ମୋଦି । ତେବେ ସ୍ୱାଧୀନତା ଦିବସ ଅବସରରେ ଲାଲ ବାହାଦୂର ଶାସ୍ତ୍ରୀ ଓ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇଛନ୍ତି ପିଏମ ମୋଦି ।

PM Modi

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଜଳବାୟୁ ପରିବର୍ତ୍ତନ ସମାଧାନ କରିପାରିବ ଭାରତ । ଆମେ ପ୍ରକୃତି ସହ ଯୋଡି ହୋଇ ରହିଛୁ । ଆମେ ନରଙ୍କ ଭିତରେ ନାରାୟଣଙ୍କୁ ଦେଖୁ । ଆମେ ବସୁଧେବକୁଟୁମ୍ବକମରେ ବିଶ୍ୱାସ କରୁ । ଆମ ପରାକାଷ୍ଠାକୁ ସାରା ବିଶ୍ୱ ପ୍ରଶଂସା କରିଛି । ଆତ୍ମନିର୍ଭର ଭାରତର ମୂଳଭିତ୍ତି ଦୃଢ ହେଉଛି ।

ମୋଦି ଆହୁରି କହିଛନ୍ତି , ଲାଲ ବାହାଦୂର ଶାସ୍ତ୍ରୀଙ୍କ 'ଜୟ ଯବାନ, ଜୟ କିଷାନ'ର ସ୍ଲୋଗାନକୁ ଆମେ ସବୁବେଳେ ମନେ ରଖିଥାଉ। ପରେ ଅଟଳ ବିହାରୀ ବାଜପେୟୀ ଏହି ସ୍ଲୋଗାନରେ 'ଜୟ ବିଜ୍ଞାନ' ଯୋଡିଥିଲେ। ବର୍ତ୍ତମାନ ଆଉ ଗୋଟିଏ ଜିନିଷ ଯୋଡାଯିବା ଆବଶ୍ୟକ- 'ଜୟ ଅନୁସନ୍ଧାନ'।

କାରଣ ଦେଶରେ ୫-ଜି ପାଇଁ ଆଗକୁ ବଢିସାରିଛି । ଡିଜିଟାଲ କ୍ରାନ୍ତିକୁ ନେଇ ବିଶ୍ୱ ଅଗ୍ରସର ହେଉଛି । ପ୍ରତ୍ୟେକ ଛୋଟ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ । ନୂଆ ପିଢି ପାଇଁ ଅନେକ ପ୍ରକାର ଅବସର ରହିଛି । ୭୫ ବର୍ଷରେ ଅନେକ ଉପଲବ୍ଧି ହାସଲ କରିଛି ଦେଶ । ଅଧିକ ଉତ୍ପାଦନ ଲକ୍ଷ୍ୟ ନେଇ ଆଗକୁ ବଢିବା ଜରୁରୀ । ଟେକ୍ନୋଲୋଜିରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏଥିସହ ଦୁର୍ନୀତିକୁ ନେଇ ମଧ୍ୟ ବଡ କଥା କହିଛନ୍ତି ମୋଦି। ଦେଶରୁ ଦୁର୍ନୀତି ହଟିବା ଜରୁରୀ। ଦୁର୍ନୀତି ଏକ ବଡ ଆବର୍ଜନା। ଦୁର୍ନୀତି ବିରୋଧରେ ଲଢେଇ କରିବା ଆମ ପାଇଁ ଜରୁରୀ। ଯିଏ ଲୁଟିଛି ସେମାନଙ୍କୁ ଦେଶରୁ ଫେରାଇବାକୁ ପଡିବ। ବ୍ୟାଙ୍କ ଲୁଟିଥିବା ବ୍ୟକ୍ତିଙ୍କ ସମ୍ପତ୍ତି ଜବତ ହେଉଛି । କିଛି ଲୋକଙ୍କ ପାଖରେ ଟଙ୍କା ରଖିବାକୁ ଜାଗା ନାହିଁ। ଦୁର୍ନୀତିଗ୍ରସ୍ତଙ୍କ ପ୍ରତି ଉଦାର ମନୋଭାବ ଦେଖାଯିବନି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+