For Quick Alerts
Turn On Notification  
For Daily Alerts
Oneindia App Download

ମୋଦିଙ୍କ ନେପାଳ ଗସ୍ତ : ସ୍ବାଗତ ପାଇଁ ପ୍ରସ୍ତୁତ ଲୁମ୍ବିନୀ

କାର୍ଯ୍ୟକ୍ରମ ବ୍ୟତୀତ ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ନେଇ ମଧ୍ୟ ଦୁଇ ରାଷ୍ଟ୍ରମୁଖ୍ୟ ଆଲୋଚନା କରିବେ । ଭାରତ-ନେପାଳ ଦ୍ବିପାକ୍ଷିକ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବିଶେଷ ଭାବେ ସହାୟକ ହେବା ନେଇ ମଧ୍ୟ ଆଶା ରହିଛି ।

|

ନୂଆଦିଲ୍ଲୀ: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେପାଳ ଗସ୍ତ । ବୁଦ୍ଧ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଭଗବାନ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । 2014 ରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପଞ୍ଚମ ତଥା 2019 ରେ ଦ୍ବିତୀୟ ପାଳିର ପ୍ରଥମ ନେପାଳ ଗସ୍ତ ହେବାକୁ ଯାଉଛି ।

modi

ଲୁମ୍ବିନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବା ପାଇଁ ନେପାଳ ପ୍ରଧାନମନ୍ତ୍ରୀ ସେର ବାହାଦୂର ଦେଉବା ବିମାନ ବନ୍ଦରରେ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ଦେଓବା ସୋମବାର ଭୈରାଭାରେ ନେପାଳର ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦରର ଉଦଘାଟନ କରିବେ ଏବଂ ଲୁମ୍ବିନୀରେ ଦିନବ୍ୟାପି ଉଭୟ ପ୍ରଧାନମନ୍ତ୍ରୀ ଏକାଧିକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । କାର୍ଯ୍ୟକ୍ରମ ବ୍ୟତୀତ ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ନେଇ ମଧ୍ୟ ଦୁଇ ରାଷ୍ଟ୍ରମୁଖ୍ୟ ଆଲୋଚନା କରିବେ । ଭାରତ-ନେପାଳ ଦ୍ବିପାକ୍ଷିକ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବିଶେଷ ଭାବେ ସହାୟକ ହେବା ନେଇ ମଧ୍ୟ ଆଶା ରହିଛି ।

ପ୍ରଧାନମନ୍ତ୍ରୀ ମୋଦି ପୂର୍ବାହ୍ନ ପ୍ରାୟ 10 ଟାରେ ଭାରତୀୟ ବାୟୁସେନା ହେଲିକପ୍ଟର ଯୋଗେ କୁଶୀନଗରରୁ ଲୁମ୍ବିନୀରେ ଅବତରଣ କରିବେ । ଏହାପରେ ସେ ମାୟାଦେବୀ ମନ୍ଦିରକୁ ଯାଇ ଏକ ବିଶେଷ ପ୍ରାର୍ଥନାରେ ମଧ୍ୟ ସାମିଲ ହେବେ । ପରେ ପ୍ରଧାନମନ୍ତ୍ରୀ ଅଶୋକ ସ୍ତମ୍ଭରେ ପ୍ରଦୀପ ପ୍ରଜ୍ବଳନ ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି । ପରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବୌଦ୍ଧ କନଫେଡେରେସନ ପ୍ରୟାସରେ ନିର୍ମିତ ବୌଦ୍ଧ ସଂସ୍କୃତି ଏବଂ ଐତିହ୍ୟ କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ବୁଦ୍ଧ ଜୟନ୍ତୀ ଶୁଭ ଅବସରରେ ମାୟାଦେବୀ ମନ୍ଦିରରେ ପ୍ରାର୍ଥନା କରିବାକୁ ସେ ବେଶ ଉତ୍ସାହିତ ବୋଲି ପ୍ରଧାନମନ୍ତ୍ରୀ ମୋଦି ରବିବାରଙ୍କ ଗସ୍ତ ପୂର୍ବ ବିବୃତ୍ତିରେ କହିଛନ୍ତି । ପ୍ରଭୁ ବୁଦ୍ଧଙ୍କ ପବିତ୍ର ଜନ୍ମସ୍ଥାନରେ ପ୍ରାର୍ଥନା ପୂର୍ବକ ଲକ୍ଷ ଲକ୍ଷ ଭାରତୀୟଙ୍କ ପଦାଙ୍କ ଅନୁସରଣ କରିବା ପାଇଁ ସେ ଗର୍ବିତ ବୋଲି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Pm Modi's Nepal visit on Budha purnima. Both country PM will discuss on bilateral issues.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X