ମୋଦିଙ୍କ ନେପାଳ ଗସ୍ତ : ସ୍ବାଗତ ପାଇଁ ପ୍ରସ୍ତୁତ ଲୁମ୍ବିନୀ
କାର୍ଯ୍ୟକ୍ରମ ବ୍ୟତୀତ ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ନେଇ ମଧ୍ୟ ଦୁଇ ରାଷ୍ଟ୍ରମୁଖ୍ୟ ଆଲୋଚନା କରିବେ । ଭାରତ-ନେପାଳ ଦ୍ବିପାକ୍ଷିକ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବିଶେଷ ଭାବେ ସହାୟକ ହେବା ନେଇ ମଧ୍ୟ ଆଶା ରହିଛି ।
ନୂଆଦିଲ୍ଲୀ: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେପାଳ ଗସ୍ତ । ବୁଦ୍ଧ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଭଗବାନ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । 2014 ରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପଞ୍ଚମ ତଥା 2019 ରେ ଦ୍ବିତୀୟ ପାଳିର ପ୍ରଥମ ନେପାଳ ଗସ୍ତ ହେବାକୁ ଯାଉଛି ।

ଲୁମ୍ବିନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବା ପାଇଁ ନେପାଳ ପ୍ରଧାନମନ୍ତ୍ରୀ ସେର ବାହାଦୂର ଦେଉବା ବିମାନ ବନ୍ଦରରେ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ଦେଓବା ସୋମବାର ଭୈରାଭାରେ ନେପାଳର ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦରର ଉଦଘାଟନ କରିବେ ଏବଂ ଲୁମ୍ବିନୀରେ ଦିନବ୍ୟାପି ଉଭୟ ପ୍ରଧାନମନ୍ତ୍ରୀ ଏକାଧିକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । କାର୍ଯ୍ୟକ୍ରମ ବ୍ୟତୀତ ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ନେଇ ମଧ୍ୟ ଦୁଇ ରାଷ୍ଟ୍ରମୁଖ୍ୟ ଆଲୋଚନା କରିବେ । ଭାରତ-ନେପାଳ ଦ୍ବିପାକ୍ଷିକ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବିଶେଷ ଭାବେ ସହାୟକ ହେବା ନେଇ ମଧ୍ୟ ଆଶା ରହିଛି ।
ପ୍ରଧାନମନ୍ତ୍ରୀ ମୋଦି ପୂର୍ବାହ୍ନ ପ୍ରାୟ 10 ଟାରେ ଭାରତୀୟ ବାୟୁସେନା ହେଲିକପ୍ଟର ଯୋଗେ କୁଶୀନଗରରୁ ଲୁମ୍ବିନୀରେ ଅବତରଣ କରିବେ । ଏହାପରେ ସେ ମାୟାଦେବୀ ମନ୍ଦିରକୁ ଯାଇ ଏକ ବିଶେଷ ପ୍ରାର୍ଥନାରେ ମଧ୍ୟ ସାମିଲ ହେବେ । ପରେ ପ୍ରଧାନମନ୍ତ୍ରୀ ଅଶୋକ ସ୍ତମ୍ଭରେ ପ୍ରଦୀପ ପ୍ରଜ୍ବଳନ ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି । ପରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବୌଦ୍ଧ କନଫେଡେରେସନ ପ୍ରୟାସରେ ନିର୍ମିତ ବୌଦ୍ଧ ସଂସ୍କୃତି ଏବଂ ଐତିହ୍ୟ କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
ବୁଦ୍ଧ ଜୟନ୍ତୀ ଶୁଭ ଅବସରରେ ମାୟାଦେବୀ ମନ୍ଦିରରେ ପ୍ରାର୍ଥନା କରିବାକୁ ସେ ବେଶ ଉତ୍ସାହିତ ବୋଲି ପ୍ରଧାନମନ୍ତ୍ରୀ ମୋଦି ରବିବାରଙ୍କ ଗସ୍ତ ପୂର୍ବ ବିବୃତ୍ତିରେ କହିଛନ୍ତି । ପ୍ରଭୁ ବୁଦ୍ଧଙ୍କ ପବିତ୍ର ଜନ୍ମସ୍ଥାନରେ ପ୍ରାର୍ଥନା ପୂର୍ବକ ଲକ୍ଷ ଲକ୍ଷ ଭାରତୀୟଙ୍କ ପଦାଙ୍କ ଅନୁସରଣ କରିବା ପାଇଁ ସେ ଗର୍ବିତ ବୋଲି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
୪ଜିଲାକୁ ବିଜୁଳି, ଘଡ଼ଘଡ଼ି ସତର୍କତା -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ












Click it and Unblock the Notifications