କରୋନା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ, ସଂକ୍ରମଣ ମୁକାବିଲା ପାଇଁ ଅଧିକ ଗବେଷଣା କରିବାକୁ ପରାମର୍ଶ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଦେଶର କୋଭିଡ ପରିସ୍ଥିତିର ସମୀକ୍ଷା କରିଛନ୍ତି। ଯେଉଁ ସବୁ ରାଜ୍ୟଗୁଡିକରେ ସଂକ୍ରମଣ ବଢିବାରେ ଲାଗିଛି, ସେହି ରାଜ୍ୟକୁ ଅଧିକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ବୈଷୟିକ ସହାୟତା ଯୋଗାଇଦେବାକୁ ସେ ଗୁରୁତ୍ଵାରୋପ କରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ, କରୋନା ଭୂତାଣୁର ନୂଆ ନୂଆ ଭାରିଆଣ୍ଟ ଏବଂ ଏଥିପାଇଁ ଉପୁଜିଥିବା ଗୁରୁତର ସମସ୍ଯା ଦ୍ରୁଷ୍ଟିରୁ ବୈଜ୍ଞାନିକ ମାନେ ଜେନୋମ ସେକୁଏଂସିଙ୍ଗ ଉପରେ ଅଧିକ ଗବେଷଣା ଜାରି ରଖନ୍ତୁ। ସେହିପରି ଟୀକାକରଣ ଏବଂ ଏହି ସମ୍ପର୍କିତ ଗବେଷଣା ଉପରେ ଅଧିକ ଗୁରୁତ୍ଵ ଦେବାକୁ କହିଛନ୍ତି ମୋଦୀ।

ନୂଆବର୍ଷ ଆରମ୍ଭରୁ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ତୀବ୍ର ଗତିରେ ବଢିବାରେ ଲାଗିଛି। କରୋନା ଭୁତାଣୁର ନୂତଳ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣ ମଧ୍ୟ ଆତଙ୍କ ସୃଷ୍ଟି କରିଛି। ଏପରିକି କେତେକ ରାଜ୍ୟ ପୁଣିଥରେ ରାତ୍ରିକାଳୀନ କଟକଣା ତଥା ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି । ପୁଣି 5 ରାଜ୍ୟରେ ନିର୍ବାଚନ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କରୋନା ସଂକ୍ରମଣ ସ୍ଥିତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ବନ୍ଧରେ ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ସଂସଦରେ 400 କର୍ମଚାରୀ ପଜିଟିଭ:
ପ୍ରଧାନମନ୍ତ୍ରୀଙ୍କ ବୈଠକ ଏଥିପାଇଁ ଗୁରୁତ୍ବପୂର୍ଣ କାରଣ, ଲୋକସଭା ଏବଂ ରାଜ୍ୟସଭା ତଥା କେନ୍ଦ୍ରୀୟ ସଚିବାଳୟର 400ରୁ ଅଧିକ ଅଧିକାରୀ ଓ କର୍ମଚାରୀ କରୋନା ସଂକ୍ରମିତ ହୋଇଯାଇଛନ୍ତି। ଏହି ମାସରୁ ବଜେଟ ଅଧିବେଶନ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି।












Click it and Unblock the Notifications