୫ଟି ଦେଶ ଗସ୍ତ ଶେଷ କରି ଭାରତ ଫେରିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫ଟି ରାଷ୍ଟ୍ର ଘାନା, ତ୍ରିନିଦାଦ ଏବଂ ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଓ ନାମ୍ବିଆ ଗସ୍ତ ପରେ ଆଜି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ସମୟରେ ଭାରତ ସହିତ ଦ୍ବିପାକ୍ଷିକ ସମ୍ପର୍କ ମଜଭୁତ କରିବା ଉଦ୍ଦେଶ୍ୟରେ ସମ୍ପୃକ୍ତ ରାଷ୍ଟ୍ର ମୁଖ୍ୟମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଶ୍ରୀ ମୋଦୀ ରିଓଡି ଜେନେରିଓରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ମଧ୍ୟ ଯୋଗ ଦେଇଥିଲେ ।

ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାମ୍ବିଆରେ ଉଦ୍ୟୋଗ | ବିକାଶ କେନ୍ଦ୍ର ସ୍ଥାପନ ଏବଂ ସ୍ଵାସ୍ଥ୍ୟ ଓ ଔଷଧ କ୍ଷେତ୍ରରେ ସହଯୋଗ ଲାଗି ୨ଟି ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି । ଚଳିତ ବର୍ଷ ଶେଷ ଆଡ଼କୁ ନାମ୍ବିଆରେ ଡିଜିଟାଲ୍ ଦେୟ ବ୍ୟବସ୍ଥା ଆରମ୍ଭ କରିବା ଏବଂ ଭାରତଦ୍ୱାରା ନେତୃତ୍ୱାଧୀନ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ଓ ବିଶ୍ଵ ଜୈବ ଇନ୍ଧନ ମେଣ୍ଟରେ ନାମିବିୟାର ଭାଗିଦାରିତା ନେଇ ମଧ୍ୟ ଘୋଷଣା କରାଯାଇଛି ।

ଏହି ଗସ୍ତ ଅବସରରେ ଗଣମାଧ୍ୟମକୁ ସମ୍ବୋଦିତ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ଦାମୁ ରଦି କହିଛନ୍ତି, ଗତକାଲି ୱିଣ୍ଡ୍‌ହୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନାମିବିୟାର ରାଷ୍ଟ୍ରପତି ନେତ୍ରମୋ ନନ୍ଦି ନଦୈଦ୍ୱା'ଙ୍କ ମଧ୍ୟରେ ପ୍ରତିନିଧ୍ବସ୍ତରୀୟ ଆଲୋଚନା ହୋଇଥିଲା । ଏଥିରେ ଖଣିଜ ପଦାର୍ଥ, ହାଇଡ୍ରୋ କାର୍ବନ୍, ପ୍ରତିରକ୍ଷା ସହଯୋଗ, ସ୍ଵାସ୍ଥ୍ୟ ସହଭାଗିତା, ଡିଜିଟାଲ ସାର୍ବଜନୀନ ଭିତିଭୂମି, ପରିବେଶ ଏବଂ କ୍ଷମତା ନିର୍ମାଣ କ୍ଷେତ୍ରରେ ସହଯୋଗ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଶ୍ରୀ ରବି କହିଛନ୍ତି, ନାମିବିୟା ହେଉଛି ବିଶ୍ୱର ପ୍ରଥମ ଦେଶ, ଯେଉଁଠାରେ ୟୁ.ପି.ଆଇ. ଭଳି ଦେୟ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ୍ ସହିତ ଚୁକ୍ତି କରାଯାଇଛି । ଉଭୟ ନେତା ଆତଙ୍କବାଦର ଦୃଢ଼ ନିନ୍ଦା କରିବା ସହ ବହୁପକ୍ଷୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଛନ୍ତି ।

PM MODI
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମିବିୟା ଗସ୍ତ ତାଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ଏବଂ ଭାରତ-ନାମିବିୟା ସମ୍ପର୍କରେ ଐତିହାସିକ ମୁହୂର୍ତ୍ତକୁ ସୂଚାଉଛି । ପ୍ରାୟ ୩ ଦଶନ୍ଧି ପରେ ପ୍ରଧାନମନ୍ତ୍ରୀ ସମ୍ପଦସମୃଦ୍ଧ ଦକ୍ଷିଣ ଆଫ୍ରିକା ଦେଶଗୁଡ଼ିକ ଗସ୍ତ କରିଥିଲେ । ଗସ୍ତକାଳରେ ସ୍ଵାସ୍ଥ୍ୟସେବା, ଡିଜିଟାଲ୍ ଭିଭିଭୂମି ଏବଂ କ୍ଷମତା ସୁଦୃଢ଼ୀକରଣ ଦିଗରେ ଗୁରୁତ୍ଵପୂର୍ଣ ଉପଲବ୍ଧ ହାସଲ ହୋଇଛି । ଆଫ୍ରିକା ସହିତ ଭାରତର ସମ୍ପର୍କକୁ ଆହୁରି ଦୃଢ଼ କରିବା କ୍ଷେତ୍ରରେ ଏବଂ ନାମିବିୟାର ସାମଗ୍ରିକ ବିକାଶ କ୍ଷେତ୍ରରେ ଭାଗିଦାରିତା ଭାରତର ପ୍ରତିବଦ୍ଧତାକୁ ଦୃଢ଼ କରିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୱିଣ୍ଡ୍‌ହୋକ୍‌ରେ ପହଞ୍ଚିବା ପରେ ତାଙ୍କୁ ଆନୁଷ୍ଠାନିକ ସ୍ଵାଗତ କରିବା ସହ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟମାନଙ୍କ ସ୍ଵାଗତ ସମ୍ବର୍ଦ୍ଧନା ଏବଂ ବିଦେଶରେ ଭାରତୀୟ ସଂସ୍କୃତିର ସଂରକ୍ଷଣ କରିବାରେ ସେମାନଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ୱିଣ୍ଡହୋକରେ ରହଣି ସମୟରେ ନାମିବିୟାର ପ୍ରତିଷ୍ଠାତା ସାମ ନୁକୋମା'ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଭାରତ-ନାମିବିୟା ସମ୍ପର୍କକୁ ସୁଦୃଢ଼ କରିବା କ୍ଷେତ୍ରରେ ସ୍ୱୀକୃତି ପ୍ରଦାନପୂର୍ବକ ଶ୍ରୀ ମୋଦିଙ୍କୁ ନାମିବିୟାର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+