ସଂସଦରେ ହ୍ୟାଣ୍ଡ୍ସ ସେକ୍ କରିଲେ ମୋଦି-ରାହୁଲ

ସଂସଦରେ ଏକାଠି ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦ -ରାହୁଲ ସଂସଦରେ ହାତ ମିଳାଇଛନ୍ତି । ଅଷ୍ଟାଦଶ ଲୋକସଭାର ନବ ନିର୍ବାଚିତ ବାଚସ୍ପତି ଓମ୍ ବିର୍ଲାଙ୍କୁ ସ୍ୱାଗତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଓ ରାହୁଲ ଗାନ୍ଧି ଉଭୟଙ୍କୁ ହ୍ୟାଣ୍ଡ୍ସ ସେକ୍ କରିଥିବା ଦେଖିବାକୁ ମିଳିଛି । ବିରୋଧୀଦଳର ନେତା ହେବାକୁ ଥିବା କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ନୂତନ ବାଚସ୍ପତି ଭାବେ ଓମ୍ ବିର୍ଲା ନିର୍ବାଚିତ ହେବା ଅବସରରେ ପରସ୍ପରଙ୍କ ସହ ହାତ ମିଳାଇଛନ୍ତି । ସେମାନେ ପରସ୍ପରଙ୍କ ସହ ହାତ ମିଳାଇ ୧୮ତମ ଲୋକସଭାର ଏକ ନୂତନ ଅଧ୍ୟାୟକୁ ବାଚସ୍ପତିଙ୍କୁ ସ୍ୱାଗତ ଜଣାଇଛନ୍ତି ।

ମୋଦି ନିଜ ଆସନରୁ ଉଠି ବିର୍ଲା ବସିଥିବା ସ୍ଥାନରେ ପହଞ୍ଚିଥିଲେ । ବିର୍ଲା ଏହା ଦେଖି ନିଜେ ମଧ୍ୟ ଆସନରୁ ଉଠି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ସମୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇବାକୁ ପହଞ୍ଚିଥିଲେ । ରାହୁଲଙ୍କୁ ଆସୁଥିବା ଦେଖି ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇବାକୁ କହିଥିଲେ ।

PM MODI RAHUL GANDHI

ପରେ ପ୍ରଧାନମନ୍ତ୍ରୀ ଏବଂ ରାହୁଲ ଏକାଠି ବିର୍ଲାଙ୍କୁ ବାଚସ୍ପତି ଆସନ ଯାଇ ନେଇ ଯାଇଥିଲେ । ଗୋଟିଏ ମଞ୍ଚରେ ମୋଦି ଏବଂ ରାହୁଲଙ୍କୁ ଏଭଳି ଭାବେ ଏକାଠି ଦେଖିବା ଐତିହାସିକ ଘଟଣା ବୋଲି କୁହାଯାଉଛି । ଏହା ପୂର୍ବରୁ ଦୁହେଁ କେବେହେଲେ ଏକାଠି ଏଭଳି ନଜର ଆସିନାହାନ୍ତି । ରାହୁଲ ଗାନ୍ଧୀ ହେଉଛନ୍ତି ଗାନ୍ଧୀ ପରିବାରର ତୃତୀୟ ସଦସ୍ୟ ଯିଏକି ବିରୋଧୀ ଦଳର ନେତା ପଦ ଗ୍ରହଣ କରିବାକୁ ଯାଉଛନ୍ତି । ୧୯୯୯ ମସିହାରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେବା କରିଥିବା ତାଙ୍କ ମା ସୋନିଆ ଗାନ୍ଧୀ ଏବଂ ୧୯୮୯ ମସିହାରୁ ୧୯୯୦ ପର୍ଯ୍ୟନ୍ତ ବିରୋଧୀ ଦଳର ନେତା ଥିବା ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ପଦାଙ୍କ ଅନୁସରଣ କରିଛନ୍ତି ।

ବିରୋଧୀ ଦଳ କଂଗ୍ରେସ ସାଂସଦ କେ ସୁରେଶଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବରେ ଉପସ୍ଥାପନ କରିଥିଲା । ଶେଷରେ ଓମ୍ ବିର୍ଲା ଦ୍ୱିତୀୟ ଥର ପାଇଁ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+