‘ମଉଜ ମଉଜ ମଜଲିସ୍ କରିବାକୁ ମୋଦି ଜନ୍ମ ହୋଇନି' ଜାଣନ୍ତୁ କାହିଁକି ଏମିତି କହିଲେ ମୋଦି
ପାଟନା : ଦେଶରେ ନିର୍ବାଚନ ଯେତେ ପାଖଉଛି ସେତେ ଉଷ୍ମ ହେବାରେ ଲାଗିଛି ରାଜନୈତିକ ମାହେଲ । ଜୋରଦାର ପ୍ରଚାର କରୁଛନ୍ତି ଶାସକ ଓ ବିରୋଧୀ । ଆଉ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିହାରର ନୱାଡାରେ ବଡ଼ ରାଲି କରିଛନ୍ତି । ନୱାଡାରେ ତାଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ସାମିଲ ଅଛନ୍ତି ।
ମୋଦି ବିଶାଳ ଜନସମାବେଶକୁ ସମ୍ବୋଧିତ କରି ବିରୋଧୀ ଦଳଙ୍କ ଉପରେ ବର୍ଷିଛନ୍ତି । ମୋଦି କହିଛନ୍ତି, 'ମଉଜ ମଜଲିସ୍ କରିବାକୁ ମୋଦି ଜନ୍ମ ହୋଇନାହିଁ । ସେ ଆହୁରି କହିଛନ୍ତି ମୋର କେବଳ ଗୋଟିଏ ମିଶନ, ତାହା ହେଉଛି ଦେଶରୁ ଗରିବ ଦୂରିକରଣ କରିବା' । ୧୦ବର୍ଷରେ, ଦେଶ ଏକ ନୂତନ ବିକାଶର କାହାଣୀ ଲେଖିଛି ଏବଂ ବହୁତ ଉଚ୍ଚତାକୁ ଛୁଇଁଛି । ଆଜି ସମଗ୍ର ଦେଶବାସୀ ପୁଣି ଥରେ ମୋଦୀ ସରକାର ଆସୁ ବୋଲି କହୁଛନ୍ତି ।
ଆମେ ୧୦ବର୍ଷରେ ଯେତିକି ହାସଲ କରିଛୁ ସେତିକି ସ୍ୱାଧୀନତା ପରେ ୬୦ବର୍ଷରେ ସେତିକି କରିପାରି ନ ଥିଲୁ । ଇଣ୍ଡିଆ ମେଣ୍ଟ ମୋଦିର ଗ୍ୟାରେଣ୍ଟିକୁ ନେଇ ଚିନ୍ତାରେ ଅଛି । ପୁରା ବିହାର ପୁଣି ଥରେ ମୋଦୀ ସରକାରକୁ ଚାହୁଁଛନ୍ତି । ମୁଁ ଲାଲକିଲ୍ଲାରେ କହିଥିଲି ଯେ ଏହା ହେଉଛି ସମୟ, ଏହା ହେଉଛି ଉପଯୁକ୍ତ ସମୟ । ୨୦୨୪ର ଏହି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଗତ ୧୦ ବର୍ଷ ମଧ୍ୟରେ ବିହାରର ଲୋକମାନେ ଜାତୀୟ ସ୍ୱାର୍ଥରେ ନିଆଯାଇଥିବା ନିଷ୍ପତ୍ତି ଦେଖିଛନ୍ତି । ଆଜି ବିହାରରେ ଆଧୁନିକ କାର୍ଯ୍ୟ କରାଯାଉଛି । ଆଜି ସାରା ବିଶ୍ୱରେ ଭାରତର ସ୍ୱର ଶୁଣିବାକୁ ମିଳୁଛି । ମୁଁ ଆପଣମାନଙ୍କୁ ଭେଟିବାକୁ ଆସିଛି । ମଉଜ ମଜଲିସ୍ କରିବା ପାଇଁ ମୋଦୀର ଜନ୍ମ ହୋଇ ନ ଥିଲା । କଠିନ ପରିଶ୍ରମ କରିବାକୁ ମୋଦୀ ଜନ୍ମ ହୋଇ ଥିଲା ଏବଂ ଏହା ୧୪୦କୋଟି ଦେଶବାସୀଙ୍କ ପାଇଁ କରିବାକୁ । ଲୋକମାନେ କୁହନ୍ତି ଯେ ମୁଁ ବହୁତ କାମ କରିଛି କିନ୍ତୁ ମୋଦୀ କହୁଛି ଯେ ଏହା କେବଳ ଏକ ଟ୍ରେଲର ।












Click it and Unblock the Notifications