ଜାତୀୟ ଭୋଟର ଦିବସ ଉପଲକ୍ଷେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ଭୋଟର ଦିବସ ଉପଲକ୍ଷେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି ଯେ ଏହି ଦିନ ଭାରତର ଗଣତନ୍ତ୍ରକୁ ପାଳ ପାଳନ କରିବା ସହିତ ପ୍ରତ୍ୟେକ ନାଗରିକଙ୍କୁ ସେମାନଙ୍କର ଭୋଟଦାନର ଅଧିକାର ଉପରେ ସଚେତନ କରାଇବା ହେଉଛି ଏହି ଦିବସ ପାଳନର ତାତ୍ପର୍ଯ୍ୟ । ସେ ଆହୁରି ମଧ୍ୟ କହିଛନ୍ତି , ଏହା ରାଷ୍ଟ୍ରର ଭବିଷ୍ୟତକୁ ରୂପ ଦେବାରେ ଦେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଗୁରୁତ୍ବପୂର୍ଣ ବୋଲି ଦର୍ଶାଉଛି
ଏହି ପରିପ୍ରେକ୍ଷୀରେ ରେ ଦୃଷ୍ଟାନ୍ତମୂଳକ ପ୍ରୟାସ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନ ଆୟୋଗଙ୍କୁ ପ୍ରଶଂସା କରିଛନ୍ତି । ଶ୍ରୀ ମୋଦୀ ଭାରତକୁ ଗଣତନ୍ତ୍ରର ଜନନୀ ବୋଲି ଅଭିହିତ କରିଥିବା ବେଳେ ବିଗତ ଦଶନ୍ଧିଗୁଡ଼ିକରେ ଦେଶର ଗଣତନ୍ତ୍ର ସୁଦୃଢ଼ ଓ ସମୃଦ୍ଧ ହୋଇଛି ବୋଲି କହିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି, ଜାତୀୟ ଭୋଟର ଦିବସ କେବଳ ନିର୍ବାଚନ କମିଶନଙ୍କ ପ୍ରତିଷ୍ଠାକୁ ପାଳନ କରିବାର ଅବସର ନୁହେଁ, ବରଂ ଗଣତନ୍ତ୍ରର ଭାବନାକୁ ସମ୍ମାନ ଦେବାର ଏକ ସୁଯୋଗ ।

ଜାତୀୟ ଭୋଟର ଦିବସ ପାଳନ ଅବସରରେ ଶ୍ରୀ କୁମାର କହିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ ଦେଶସେବାର ୭୫ ବର୍ଷ ପୂରଣ କରୁଥିବାରୁ ଚଳିତବର୍ଷ ଏହି ଦିବସ ବିଶେଷ ଗୁରୁତ୍ବ ବହନ କରିଥାଏ । ଗତବର୍ଷ ଲୋକସଭା ନିର୍ବାଚନରେ ୬୪ ଦଶମିକ ୬ କୋଟି ମତଦାତା ନିଜର ମତାଧୁକାର ସାବ୍ୟସ୍ତ କରି ବିଶ୍ଵ ରେକର୍ଡ ସୃଷ୍ଟି କରିବା ସହ ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବିଶ୍ବ ଦରବାରରେ ପ୍ରତିଷ୍ଠିତ କରିଛନ୍ତି ।












Click it and Unblock the Notifications