ମୋଦିଙ୍କ ମୁହଁରେ ମନମୋହନଙ୍କ ପ୍ରଶଂସା: କହିଲେ, ଗଣତନ୍ତ୍ର ବିଷୟରେ ଚର୍ଚ୍ଚା ହେଲେ ମନେପଡିବେ ମନମୋହନ ସିଂ

PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜ୍ୟସଭାରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ ଯେ ରାଜ୍ୟସଭାର 56 ଜଣ ସଦସ୍ୟଙ୍କ କାର୍ଯ୍ୟକାଳ 2 ଏବଂ 3 ଏପ୍ରିଲରେ ଶେଷ ହେଉଛି। ଲୋକସଭା ନିର୍ବାଚନ ପୂର୍ବରୁ ଏହା ସଂସଦର ଶେଷ ଅଧିବେଶନ, ତେଣୁ ପ୍ରଧାନମନ୍ତ୍ରୀ ଆଜି ଅବସରପ୍ରାପ୍ତ ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ନିଜ ଅଭିଭାଷଣରେ ଅର୍ଥନୀତିଜ୍ଞ ମନମୋହନ ସିଂଙ୍କୁ ପ୍ରଶଂସା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେଉଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପ୍ରଶଂସାରେ ମୋଦି କହିଛନ୍ତି, ଆଦର୍ଶଗତ ପାର୍ଥକ୍ୟ ସ୍ୱଳ୍ପକାଳୀନ ଅଟେ। କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏତେ ଦିନ ଧରି ଗୃହର ମାର୍ଗଦର୍ଶନ କରିବା ସହ ଦେଶକୁ ମାର୍ଗଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଯେତେବେଳେ ଆମର ଗଣତନ୍ତ୍ର ଉପରେ ଆଲୋଚନା ହେବ, ସେତେବେଳେ କେତେକ ସମ୍ମାନଜନକ ସଦସ୍ୟଙ୍କ ବିଷୟରେ ମଧ୍ୟ ଆଲୋଚନା ହେବ ଏବଂ ସେତେବେଳେ ମନ ପଡିବେ ମନମୋହନ ସିଂ ।

Manmohan Singh

ମୋଦି ଆହୁରି କହିଛନ୍ତି, ମମମୋହନ ସିଂ ଜଣେ ଚତୁର ସାଂସଦର ଉଦାହରଣ ଅଟନ୍ତି । ଏହି ସଦନକୁ ମନମୋହନ ସିଂଙ୍କର ବିଶେଷ ଯୋଗଦାନ ରହିଛି । ସେ ୬ଥର ଏ ଗୃହର ସଦସ୍ୟ ରହିଥିଲେ, ଆମ ମଧ୍ୟରେ ବୈଚାରିକ ମତଭେଦ ରହିଥିଲା ହେଲେ ଗୃହରେ ଜଣେ ସଦସ୍ୟ ଭାବେ ତାଙ୍କର ବଡ଼ ଅବଦାନ ରହିଥିଲା ।

ସେ ହ୍ୱିଲଚେୟାରରେ ଆସି ନିଜ ମତଦାନ କରିଥିଲେ ଯାହା ଲୋକତନ୍ତ୍ରକୁ ଶକ୍ତି ଏବଂ ନୂଆ ମାର୍ଗ ଦେଖାଇଛି ବୋଲି ସେ ମୋଦି କହିଛନ୍ତି । ତେଣୁ, ଆଜି ମୁଁ ବିଶେଷ ଭାବରେ ଆମ ସମସ୍ତଙ୍କ ତରଫରୁ ତାଙ୍କର ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରୁଛି । ସେ ଆଗକୁ ମଧ୍ୟ ଆମକୁ ମାର୍ଗଦର୍ଶନ ଜାରି ରଖିବା ସହ ଆମକୁ ପ୍ରେରଣା ଦିଅନ୍ତୁ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟସଭାରୁ ବିଦାୟ ନେଉଥିବା ସାଂସଦମାନେ ନୂଆ ସଂସଦ ଭବନର ସ୍ମୃତି ନିଜ ସହ ନେଇକି ଯାଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+