PM Modi: ଭୁବନେଶ୍ବରରେ ପହଞ୍ଚିଲେ ପିଏମ୍ ମୋଦି
ଭୁବନେଶ୍ବରରେ ପହଞ୍ଚିଲେ ପିଏମ୍ ମୋଦି । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପିଏମ୍ ।

ମୋଦିଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶରେ ଜନତା । ସଂଧ୍ୟା ୬ଟା୩୦ରେ ରାଜଭବନରୁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିବେ। ଦଳୀୟ କାର୍ଯ୍ୟାଳୟରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ।
ବୈଠକର କଣ ରହିବ ଏଜେଣ୍ଡା ତାକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ। ଗୁରୁମନ୍ତ୍ର ଦେବେ କି ମୋଦି? କଣ ଦେବେ ଦଳୀୟ ନେତାଙ୍କୁ ଟିପ୍ସ ତାକୁ ନେଇ ସମସ୍ତଙ୍କ ନଜର । ମୋଦିଙ୍କ ଗସ୍ତ ପାଇଁ ବିଜେପି କାର୍ଯ୍ୟାଳୟରେ ବ୍ୟାପକ ପ୍ରସ୍ତୁତି । ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ସଜେଇ ହେଇଛି ବିଜେପ ପାର୍ଟି ଅଫିସ । ଭୁବନେଶ୍ବର ବିଜେପି ପାର୍ଟି ଅଫିସରେ ୨ଘଣ୍ଟା ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂଧ୍ଯା ସାଢେ ୬ଟାରୁ ସାଢେ ୮ଟା ପର୍ଯ୍ୟନ୍ତ ରହିବେ । ଦଳୀୟ କାର୍ଯ୍ୟାଳୟରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ । ପରେ ପାର୍ଟି ଅଫିସରେ ଡିନର କରିବେ ମୋଦି । ରାତ୍ର ଭୋଜନରେ ପାରମ୍ପରିକ ଓଡ଼ିଆ ନିରାମିଷ ଖାଦ୍ୟ ପରସାଯିବ । ସାଢେ ୮ଟାରେ ରାଜଭବନ ଫେରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହୋଇଛି ବ୍ୟାପକ ପ୍ରସ୍ତୁତି।












Click it and Unblock the Notifications