କ୍ୱାଡ୍ ସମ୍ମିଳନୀରେ ପିଏମ ମୋଦି କଲେ ବଡ଼ ଘୋଷଣା, ଜାଣନ୍ତୁ ତାହା କଣ?
ନୂଆଦିଲ୍ଳୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ କ୍ବାଡ ସମୁହର ବୈଠକରେ ଯୋଗଦେବା ପାଇଁ ଆମେରିକା ଗସ୍ତରେ ଅଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର ପରୀକ୍ଷା, ଯାଞ୍ଚ ଏବଂ ନିଦାନରେ ଏହି ଅର୍ଥ ବ୍ୟୟକରାଯିବ। କ୍ୱାଡ୍ ସମ୍ମିଳନୀ ଅବସରରେ କ୍ୟାନ୍ସର ମୁନ୍ଶୁଟ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପରୋକ୍ତ ସହାୟତା ଘୋଷଣା କରିଛନ୍ତି।
ଇଣ୍ଡୋ-ପାସିଫିକ ଅଞ୍ଚଳରେ ସର୍ଭିକାଲ କ୍ୟାନ୍ସରରୁ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ କ୍ୱାଡ୍ କ୍ୟାନ୍ସର ମୁନ୍ଶୁଟ୍ ଏକ ଐତିହାସିକ ସହଭାଗିତା ବୋଲି ମୋଦି କହିଥିଲେ। କ୍ୱାଡ୍ ସମ୍ମିଳନୀ ପାଇଁ ୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍,

ଅଷ୍ଟ୍ରଲିଆ ପ୍ରଧାନମନ୍ତ୍ରୀ ଆଲବାନିଜ ଓ ଜାପାନ ପ୍ରଧାନମନ୍ତ୍ରୀ କିସିଦାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଖୋଲା ଆଲୋଚନା ହୋଇଥିଲା। ଯେଉଁଥିରେ ବିଶ୍ୱର ସାଂପ୍ରତିକ ସମସ୍ୟା ସହ ୪ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି।












Click it and Unblock the Notifications