‘ଋଷ-ୟୁକ୍ରେନ୍ ଯୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାର ନ କରିବାକୁ ପୁଟନଙ୍କୁ ବୁଝାଇବାରେ ପିଏମ ମୋଦି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ’
ରୁଷିଆ-ୟୁକ୍ରେନ୍ ସଂଘର୍ଷରେ ପରମାଣୁ ଅସ୍ତ୍ର ବ୍ୟବହାର ନ କରିବାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କୁ ବୁଝାଇବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପୋଲାଣ୍ଡର ଉପବୈଦେଶିକ ମନ୍ତ୍ରୀ ତଥା ବୈଦେଶିକ ସଚିବ ୱାଦିସାଓ ଟିଓଫିଲ୍ ବାର୍ତ୍ତୋଜ୍ୱେସ୍କି ଗଣମାଧ୍ୟମ ସହ ଆଲୋଚନା ବେଳେ ଏହା କହିଛନ୍ତି । ବିଶ୍ୱ ଶାନ୍ତି କ୍ଷେତ୍ରରେ ଭାରତର ପ୍ରୟାସ ଉପରେ ସେ ଆଲୋକପାତ କରିଛନ୍ତି । ସେ କହିଛନ୍ତି, ରାଷ୍ଟ୍ରପତି ପୁତିନ୍ଙ୍କୁ ପରମାଣୁ ଅସ୍ତ୍ର ବ୍ୟବହାର ନ କରିବାକୁ ଶ୍ରୀ ମୋଦୀ ରାଜି କରାଇଥିଲେ ।
ରୁଷ ସହ ଭାରତର ସମ୍ପର୍କ ଅଧିକ ଦୃଢ଼ ହେବାରେ ଲାଗିଛି ବୋଲି ଶ୍ରୀ ବାର୍ତ୍ତୋଜ୍ୱେସ୍କି କହିଛନ୍ତି । ଯୁଦ୍ଧ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ୟୁକ୍ରେନ୍ ଗସ୍ତ ଉପରେ ଆଲୋକପାତ କରି ସେ କହିଛନ୍ତି, ଏଭଳି ପଦକ୍ଷେପ ଭାରତର ନିରପେକ୍ଷ ଆଭିମୁଖ୍ୟ ଏବଂ
ଶାନ୍ତିପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି ।

ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ବୈଠକରେ ୩୦୦ ଦ୍ୱିପାକ୍ଷିକ ବୈଠକ, ୨୦୦ ଘଣ୍ଟାର ଆଲୋଚନା ଏବଂ ୧୫ଟି ଚିଠା ପ୍ରସ୍ତୁତିରେ ଭାରତ ସଫଳତାର ସହ ସଦସ୍ୟ ରାଷ୍ଟ୍ରମାନଙ୍କୁ ଏକାଠି କରିପାରିଥିଲା ବୋଲି ସେ କହିଛନ୍ତି । ବିଶ୍ୱ ସ୍ତରରେ ନିଜର କୂଟନୈତିକ ଦକ୍ଷତାକୁ ଭାରତ ସୁଦୃଢ଼ କରିଛି । ଏହି ଆଲୋଚନା କାଳରେ ଶ୍ରୀ ବାର୍ତ୍ତୋଜ୍ୱେସ୍କି ଭାରତ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ମାନବିକ ସହାୟତା ମିଶନ୍ ଗୁଡ଼ିକର ଉଚ୍ଚ ପ୍ରଶଂସା କରିଛନ୍ତି ।












Click it and Unblock the Notifications