ପ୍ରଥମ ସୂର୍ଯ୍ୟୋଦୟର ସାକ୍ଷୀ ଆଣ୍ଡାମାନ: ପ୍ରଧାନମନ୍ତ୍ରୀ ମୋଦି
ଦେଶବାସୀଙ୍କୁ ପରାକ୍ରମ ଦିବସର ଶୁଭେଚ୍ଛା ଜଣାଇ ନେତାଜୀଙ୍କ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଅଭିଭାଷଣ ରଖିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତ ଦେଶବାସୀଙ୍କୁ ପରାକ୍ରମ ଦିବସର ଶୁଭେଚ୍ଛା। ଆଣ୍ଡାମାନ ନିକୋବରରେ ପରାକ୍ରମ ଦିବସ ସ୍ବତନ୍ତ୍ର।ସ୍ବାଧୀନ ଭାରତର ପ୍ରଥମ ସୂର୍ଯ୍ୟୋଦୟର ସାକ୍ଷୀ ଆଣ୍ଡାମାନ।ଗୁଲାମୀ ଯୁଗ ଶେଷ ହୋଇ ଏବେ ନିଜ ପରିଚୟରେ ବଞ୍ଚୁଛି ଆଣ୍ଡାମାନ।

ସୌଯ୍ୟ, ପରାକ୍ରମ, ବଳିଦାନରେ ଓତଃପ୍ରୋତ ଆଣ୍ଡାମାନର ଇତିହାସ। ମାତ୍ର ରାଜନୀତି ସ୍ବାର୍ଥରେ ଏହାର ଇତିହାସକୁ ଅଣଦେଖା କରାଯାଇଥିଲା। ସ୍ବାଧୀନତାର ୭୦ ବର୍ଷ ପରେ ବି ଗୁଲାମୀର ପରିଚୟରେ ଯୋଡ଼ି ହୋଇଥିଲା।ଆମେ ଏହାକୁ ଶେଷ କରି ନୂଆ ପରିଚୟ ଦେଲୁ।












Click it and Unblock the Notifications