ଆଜି ପ୍ରଥମ ଶୋ'ମ୍ୟାନ ରାଜ କପୁରଙ୍କ ୧୦୦ ତମ ଜନ୍ମ ବାର୍ଷିକୀ, ଶ୍ରଦ୍ଧାଞ୍ଜଳୀ ଜଣାଇଲେ ପ୍ରଧାନମନ୍ତ୍ରୀ
Raj Kapoor 100th Birth Anniversary: ଆଜି ଭାରତୀୟ ସିନେମାର ମହାନ ଓ ପ୍ରଥମ ଶୋ'ମ୍ୟାନ ରାଜ କପୁରଙ୍କ ୧୦୦ ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ଅନେକ ପ୍ରଶଂସକ ସ୍ୱର୍ଗତ ଅଭିନେତାଙ୍କୁ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ସେହିପରି ସିନେମାଟିକ୍ ଆଇକନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ ସେୟାର କରି ରାଜ କପୁରଙ୍କୁ ମନେ ପକାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପୋଷ୍ଟରେ ଲେଖିଛନ୍ତି,'ଆଜି ଆମେ ମହାନ ରାଜ କପୁରଙ୍କ ୧୦୦ତମ ଜନ୍ମ ବାର୍ଷିକୀ ପାଳନ କରୁଛୁ, ଜଣେ ଦୂରଦୃଷ୍ଟି ସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା, ଅଭିନେତା ତଥା ଅନନ୍ତ ଶୋ'ମ୍ୟାନ୍! ତାଙ୍କର ପ୍ରତିଭା ସବୁ ପିଢି କଳାକାରଙ୍କ ପାଇଁ ଖାସ୍ । ସେ ଭାରତୀୟ ତଥା ବିଶ୍ୱ ସିନେମାରେ ଏକ ଅବିସ୍ମରଣୀୟ ଛାପ ଛାଡି ଯାଇଛନ୍ତି' ।
The iconic characters and unforgettable melodies of Raj Kapoor films continue to resonate with audiences worldwide. People admire how his works highlight diverse themes with ease and excellence. The music of his films is also extremely popular.
— Narendra Modi (@narendramodi) December 14, 2024
ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଦ୍ୱିତୀୟ ପୋଷ୍ଟରେ ଲେଖିଛନ୍ତି, "ରାଜ କପୁରଙ୍କ ସିନେମା ପ୍ରତି ଆଗ୍ରହ କମ୍ ବୟସରୁ ଆରମ୍ଭ ହୋଇଥିଲା ଏବଂ ସେ ଜଣେ ଅଗ୍ରଣୀ କାହାଣୀକାର ଭାବରେ ଉଭା ହେବା ପାଇଁ କଠିନ ପରିଶ୍ରମ କରିଥିଲେ। ତାଙ୍କର ଚଳଚ୍ଚିତ୍ରଗୁଡ଼ିକ କଳା, ଭାବନା ଏବଂ ସାମାଜିକ ବାର୍ତ୍ତାର ମିଶ୍ରଣ ଥିଲା । ସେ ସାଧାରଣ ନାଗରିକଙ୍କ ଆକାଂକ୍ଷା ଏବଂ ସଂଘର୍ଷକୁ ପ୍ରତିଫଳିତ କରିଥିଲେ। "
Shri Raj Kapoor’s passion towards cinema began at a young age and worked hard to emerge as a pioneering storyteller. His films were a blend of artistry, emotion and even social commentary. They reflected the aspirations and struggles of common citizens.
— Narendra Modi (@narendramodi) December 14, 2024
ସୂଚନାଥାଉ ଯେ, ଗତ ସପ୍ତାହରେ କରୀନା କପୁର ଖାନ, ରଣବୀର କପୁର, ଆଲିଆ ଭଟ୍ଟ କରିସ୍ମା କପୁର, ନୀତୁ କପୁରଙ୍କ ସମେତ୍ କପୁର ଫ୍ୟାମିଲିର ଅନେକ ଲୋକ ପ୍ରରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ କପୁରଙ୍କ ୧୦୦ ତମ ଜନ୍ମ ବାର୍ଷିକୀ ପାଳନ କରିବାକୁ ଏକ ବିଶେଷ ନିମନ୍ତ୍ରଣ ସହିତ ଦିଲ୍ଲୀର ତାଙ୍କ ବାସଭବନରେ ଭେଟିଥିଲେ ।












Click it and Unblock the Notifications