ନେହେରୁଙ୍କ ଜନ୍ମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ ଶ୍ରଦ୍ଧାଞ୍ଜଳୀ
"ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଜୀଙ୍କୁ ଶ୍ରଦ୍ଧାଞ୍ଜଳି । ଆମେ ମଧ୍ୟ ଆମ ଦେଶ ପ୍ରତି ତାଙ୍କର ଅବଦାନକୁ ମନେ ପକାଉଛୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରିଛନ୍ତି।
ନୂଆଦିଲ୍ଲୀ: ଆଜି ପଣ୍ଡିତ ଜବାହାରଲାଲ ନେହେରୁଙ୍କର ଜନ୍ମ ଜୟନ୍ତୀ। ଏହି ଅବସସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏଥିସିହତ ଦେଶ ପ୍ରତି ଥିବା ନେହେରୁଙ୍କ ଅବଦାନକୁ ସ୍ମରଣ କରିଛନ୍ତି ।

1889 ମସିହାରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଜନ୍ମଗ୍ରହଣ କରିଥିବା ଜବାହାରଲାଲ ନେହେରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ସେ 1964 ରେ କାର୍ଯ୍ୟାଳୟରେ ମୃତ୍ୟୁବରଣ କରିଥିଲେ ଏବଂ ଏପର୍ଯ୍ୟନ୍ତ ଦୀର୍ଘତମ କାର୍ଯ୍ୟରତ ଭାରତୀୟ ପ୍ରଧାନମନ୍ତ୍ରୀ ରହିଛନ୍ତି । "ତାଙ୍କ ଜୟନ୍ତୀ ଅବସରରେ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଜୀଙ୍କୁ ଶ୍ରଦ୍ଧାଞ୍ଜଳି । ଆମେ ମଧ୍ୟ ଆମ ଦେଶ ପ୍ରତି ତାଙ୍କର ଅବଦାନକୁ ମନେ ପକାଉଛୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରିଛନ୍ତି।

ନେହେରୁଙ୍କର ଛୋଟ ପିଲାଙ୍କ ପ୍ରତି ଥିବା ଖୁବ ଭଲ ସ୍ନେହ ଶ୍ରଦ୍ଧା ଏବଂ ଭଲପାଇବା । ସେଥିନେଇ ପ୍ରତି ବର୍ଷ ନଭେମ୍ବର 14 ତାରିଖଟିକୁ ଶିଶୁ ଦିବସ ଭାବେ ପାଳନ କରାଯାଏ। ପ୍ରିୟ ନେହେରୁଙ୍କୁ ସମସ୍ତେ ଶ୍ରଦ୍ଧାରେ ଚାଚା ନେହେରୁ ବୋଲି ସମ୍ବୋଧନ କରିଥାନ୍ତି । ଦେଶର ବିଭିନ୍ନ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ପୁରପଲ୍ଲୀରେ ଏହି ଦିନଟିକୁ ଖୁବ ଆଡମ୍ବରରେ ପାଳନ କରାଯାଏ । ଶିଶୁର ଅଧିକାର, ଶିକ୍ଷା ବିଷୟରେ ଲୋକଙ୍କୁ ଅଧିକ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିନ ପାଳନ କରାଯାଏ ।












Click it and Unblock the Notifications