PM Modi: ଅପରେସନ୍ ସିନ୍ଦୂର ଭାରତର ନୀତି, ଉଦ୍ଦେଶ୍ୟ ଓ ନିର୍ଣ୍ଣାୟକତାର ସଙ୍ଗମ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ, ସୀମାରେ ଆପେକ୍ଷିକ ଶାନ୍ତି ରହିଛି। 'ଅପରେସନ୍ ସିନ୍ଦୂର' ଏବଂ ଅସ୍ତ୍ରବିରତି ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ରାତିରେ ଜାତି ଉଦ୍ଦେଶ୍ୟରେ ତାଙ୍କ ଅଭିଭାଷଣରେ ସଶସ୍ତ୍ର ବାହିନୀର ପ୍ରଶଂସା କରିଥିଲେ ଏବଂ ପାକିସ୍ତାନକୁ ମଧ୍ୟ ଚେତାବନୀ ଦେଇଥିଲେ। ଏହା ପରେ, ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ପଞ୍ଜାବର ଆଦମପୁର ଏୟାରବେସକୁ ଯାଇଥିଲେ, ଯାହାକୁ ପାକିସ୍ତାନ ଧ୍ୱଂସ କରିଥିବା ଦାବି କରି ଆସୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ପାକିସ୍ତାନର ଡ୍ରୋନ୍, ୟୁଏଭି, ବିମାନ ଏବଂ କ୍ଷେପଣାସ୍ତ୍ର ଆମର ସକ୍ଷମ ବାୟୁ ପ୍ରତିରକ୍ଷା ସମ୍ମୁଖରେ ବିଫଳ ହୋଇଛି। ମୁଁ ଦେଶର ସମସ୍ତ ବାୟୁସେନା ଘାଟିର ନେତୃତ୍ୱ ଏବଂ ଭାରତୀୟ ବାୟୁସେନାର ପ୍ରତ୍ୟେକ ବାୟୁ ଯୋଦ୍ଧାକୁ ହୃଦୟର ସହିତ ପ୍ରଶଂସା କରୁଛି। ଆପଣମାନେ ପ୍ରକୃତରେ ଏକ ଚମତ୍କାର କାମ କରିଛନ୍ତି।

PM Modi Operation Sindoor

ମହାରାଣା ପ୍ରତାପଙ୍କ ପଂକ୍ତିଙ୍କୁ ଆଧାର କରି ନିଶାନା କଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି। ଅପରେସନ ସିନ୍ଦୂର ଆମ ମନୋବଳ ବଢ଼ାଇଛି । ୨୦ରୁ ୨୫ ମିନିଟ୍‌ ଭିତରେ ସଠିକ ଟାର୍ଗେଟ୍‌ ନିଶ୍ଚିତ ବାହାଦୁରୀ । ସେମାନେ କିଛି କଳ୍ପନା କରିବା ପୂର୍ବରୁ ହିଟ୍‌ କରିପାରିଲେ । ଆତ୍ମରକ୍ଷା ବାଟ ନ ପାଇ ପାକିସ୍ତାନ ବେସାମରିକ ବିମାନ ଉଡ଼ାଇଲା । ଆପଣମାନେ ବେଶ୍‌ ସତର୍କତାର ସହ ଆତଙ୍କୀ ଠିକଣାରେ ପହଞ୍ଚିଲେ । ପାକିସ୍ତାନୀ ଡ୍ରୋନ, ଏୟାରକ୍ରାଫ୍ଟ ଆମ ଏୟାର ଡିଫେନ୍ସ କ୍ରସ୍‌ କରିପାରିନି ବୋଲି କହିଛନ୍ତି ପିଏମ୍‌ ମୋଦି।

ପ୍ରଧାନମନ୍ତ୍ରୀ ମଙ୍ଗଳବାର ସକାଳ ୬ଟା ୧୫ରେ ହଠାତ୍ ଦିଲ୍ଲୀର ପାଲମ ଏୟାରବେସ୍ ଦେଇ ଆଦମପୁର ଏୟାରବେସ୍ ରେ ପହଞ୍ଚିଥିଲେ। ଏହି ସମୟରେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂହ ମଧ୍ୟ ତାଙ୍କ ସହିତ ଥିଲେ। ପ୍ରଧାନମନ୍ତ୍ରୀ ସେଠାରେ ସେନା କର୍ମଚାରୀଙ୍କୁ ଭେଟି ସେମାନଙ୍କ ସହ କଥାବାର୍ତ୍ତା ମଧ୍ୟ କରିଥିଲେ। ସେ ସୈନିକମାନଙ୍କୁ ସମ୍ବୋଧିତ କଲେ। ଏହି ସମୟରେ, ପ୍ରଧାନମନ୍ତ୍ରୀ ପାକିସ୍ତାନ ସହିତ ସମ୍ପ୍ରତି ହୋଇଥିବା ସଂଘର୍ଷ ସମୟରେ କାର୍ଯ୍ୟରେ ସାମିଲ ଥିବା ଭାରତୀୟ ବାୟୁସେନା କର୍ମଚାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ସେ ପ୍ରାୟ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ସେଠାରେ ରହିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି , ଯେତେବେଳେ ଆମର ଡ୍ରୋନ୍ ଶତ୍ରୁର ଦୁର୍ଗର କାନ୍ଥକୁ ଧ୍ୱଂସ କରିଛି ସେତେବେଳେ ଆମର କ୍ଷେପଣାସ୍ତ୍ର ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲା। ସେତେବେଳେ ଶତ୍ରୁ 'ଭାରତ ମାତା କି ଜୟ' ଶୁଣିଛି। ଆମର ସେନା ପରମାଣୁ ବ୍ଲାକମେଲର ଧମକକୁ ଆଉ ସହିବ ନାହିଁ। ଭାରତୀୟ ସେନା ଲକ୍ଷ ଲକ୍ଷ ଭାରତୀୟଙ୍କୁ ଗର୍ବିତ କରିଛନ୍ତି। ସେନା ପ୍ରତ୍ୟେକ ଭାରତୀୟଙ୍କ ମାତାଙ୍କୁ ଗର୍ବିତ କରିଛନ୍ତି। ସେନା ଇତିହାସ ସୃଷ୍ଟି କରିଛନ୍ତି।

ଅନ୍ୟପଟେ ଅପରେସନ ସିନ୍ଦୂର ଆମ ନ୍ୟୁ ନର୍ମାଲ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କୌଣସି ପ୍ରକାର ନ୍ୟୁକ୍ଲିୟର ବ୍ଲାକମେଲିଂ ଭାରତ ସହିବନି । ବାୟୁସେନା, ନୌସେନା, ସ୍ଥଳସେନା ମିଶିକି ସଫଳତା ପାଇଲେ । ୩ ସେନା ମଧ୍ୟରେ ସମନ୍ବୟ ଅଦ୍ଭୂତପୂର୍ବକ ଥିଲା । ଏହାର ଶ୍ରେୟ ଆପଣ ସମସ୍ତେ ପାଇବାକୁ ହକ୍‌ଦାର । ସୀମା ଜଗିଥିବା ସବୁ ଯବାନଙ୍କୁ ମଧ୍ୟ ସଫଳତାର ଶ୍ରେୟ ଯିବ । ଆମକୁ ସର୍ବଦା ତୟାର ରହିବାକୁ ପଡ଼ିବ । ଭାରତ ଶାନ୍ତି ଚାହେଁ, ମାତ୍ର ଯୁଦ୍ଧ ହେଲେ ମାଟିରେ ମିଶାଇବୁ ବୋଲି ଏପରି କଡ଼ା ଭାଷାରେ ଆଦମପୁର ଏୟାରବେସ୍‌ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କୀ ନିଶାନା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+