ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ ଉଦଘାଟନ କଲେ ମୋଦି

PM Modi Nalanda Visit: ବୁଧବାର ପ୍ରଧାନମନ୍ତ୍ରୀ ମୋଦି ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ ଉଦଘାଟନ କରିଛନ୍ତି । ଦୁଇ ଦଶନ୍ଧି ପୂର୍ବରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା । 2010 ମସିହାରେ ସଂସଦର ଏକ ଅଧିନିୟମ ମାଧ୍ୟମରେ ନାଳନ୍ଦା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା।

14ଛାତ୍ରଙ୍କ ସହିତ ଏକ ଅସ୍ଥାୟୀ ସ୍ଥାନରେ କାର୍ଯ୍ୟ ଆରମ୍ଭ ହେବା ସହ ବିଶ୍ୱବିଦ୍ୟାଳୟ ନିର୍ମାଣ କାର୍ଯ୍ୟ 2017ରେ ଆରମ୍ଭ ହୋଇଥିଲା । ତେବେ ଆଧୁନିକ ଯୁଗରେ ପ୍ରାଚୀନ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ମନେ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏହା ଯୁବକମାନଙ୍କ ଶିକ୍ଷାଗତ ଆବଶ୍ୟକତାକୁ ପୂରଣ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

Nalanda University

ଏକ୍ସରେ ଏକ ପୋଷ୍ଟ ସେୟାର କରି ମୋଦି ଲେଖିଛନ୍ତି, ଏହା ଶିକ୍ଷା ପାଇଁ ଏକା ଖାସ ଦିନ । ଆଜି ସକାଳ 10.30ରେ ରାଜଗିରରେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ୍ ଉଦଘାଟନ କରାଯାଇଥିଲା । ମୋଦି ଆହୁରି କହିଛନ୍ତି, ଆମର ଗୌରବମୟ ଅଂଶ
ସହ ନାଳନ୍ଦାର ଏକ ଦୃଢ ସଂଯୋଗ ରହିଛି'।

ଉଦଘାଟନ ସମାରୋହରେ ଅଷ୍ଟ୍ରେଲିଆ, ବାଂଲାଦେଶ, ଭୁଟାନ, ବ୍ରୁନେଇ, ଦାରୁସଲାମ, କାମ୍ବୋଡିଆ, ଚୀନ୍, ଇଣ୍ତୋନେସିଆ, ଲାଓସ୍,ମରିସସ୍, ମିଆଁମାର, ନ୍ୟୁଜିଲ୍ୟାଣ୍ତ, ପର୍ତ୍ତୁଗାଲ, ସିଙ୍ଗାପୁର, ଦକ୍ଷିଣ କୋରିଆ, ଶ୍ରୀଲଙ୍କା ସହ ମୋଟ୍ ୧୭ଟି ଦେଶର ଦୂତମାନେ ଯୋଗ ଦେଇଥିଲେ । ସେହିପରି ଏସ୍ ଜୟଶଙ୍କର, ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେତର, ନୀତିଶ କୁମାର ଏବଂ ନାଳନ୍ଦା ବିଶ୍ୱବିଦ୍ୟାଳୟର କୁଳପତି
ଅରବିନ୍ଦ ପାନାଗରିଆ ଯୋଗ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+