Get Updates
Get notified of breaking news, exclusive insights, and must-see stories!

ନିର୍ବାଚନ ମହୋଲ ମଧ୍ୟରେ ମଣିପୁର ହିଂସା ଉପରେ ପିଏମ ମୋଦୀ ଦେଲେ ବୟାନ, କହିଲେ ଯେତେବେଳେ ହିଂସା ଚରମ....

ନୂଆଦିଲ୍ଲୀ: ଦେଶରେ ନିର୍ବାଚନୀ ଉଷ୍ମତା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ହିଂସା ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ମଣିପୁରର ପରିସ୍ଥିତିର ମୁକାବିଲା ପାଇଁ ସାମୂହିକ ଦାୟିତ୍ୱବୋଧର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ରର ଠିକ୍ ସମୟରେ ହସ୍ତକ୍ଷେପ ଏବଂ ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁଁ ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ହୋଇଛି । ସେ କହିଛନ୍ତି ଯେ ଯେତେବେଳେ ବିବାଦ ଚରମ ସୀମାରେ ପହଞ୍ଚିଥିଲା, ଗୃହମନ୍ତ୍ରୀ ଅମିତ ଶାହା ମଣିପୁରରେ ରହି ବିବାଦର ସମାଧାନ ପାଇଁ ବିଭିନ୍ନ ଗୋଷ୍ଠୀ ସହ ୧୫ ରୁ ଅଧିକ ବୈଠକ କରିଥିଲେ । ପୂର୍ବରୁ ମଣିପୁର ହିଂସା ମାମଲାରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ।

Narendra modi

ଆସାମ ଟ୍ରିବ୍ୟୁନ ଖବର କାଗଜକୁ ଦେଇଥିବା ଏକ ସାକ୍ଷାତକାରରେ ପିଏମ ମୋଦୀ କହିଛନ୍ତି ଯେ ମଣିପୁର ବିବାଦର ସମାଧାନ ପାଇଁ କେନ୍ଦ୍ର ଏହାର ସର୍ବୋତ୍ତମ ଉତ୍ସ ଏବଂ ସମଗ୍ର ପ୍ରଶାସନିକ ମେସିନାରୀ ନିୟୋଜିତ କରିଛି । ସେ କହିଛନ୍ତି ଯେ ମଣିପୁର ହିଂସା ସମୟରେ ଗୃହମନ୍ତ୍ରୀ ଅମିତ ଶାହା ସେଠାରେ ରହି ବିବାଦକୁ ଦୂର କରିବାକୁ ଚେଷ୍ଟା କରିଥିଲେ । ରାଜ୍ୟ ସରକାରଙ୍କ ଆବଶ୍ୟକତା ଅନୁଯାୟୀ କେନ୍ଦ୍ର ସରକାର ନିରନ୍ତର ସହଯୋଗ ବୃଦ୍ଧି କରୁଛନ୍ତି ।

ମୋଦୀ ଆହୁରି କହିଛନ୍ତି " ରାଜ୍ୟ ସରକାରଙ୍କୁ ଯାହା ଦରକାର ଥିଲା କେନ୍ଦ୍ର ସରକାର ନିୟମିତ ସହଯୋଗ କରୁଥିଲେ ଓ ରିଲିଫ୍ ଓ ଥଇଥାନ ପ୍ରକ୍ରିୟା ଜାରି ରହିଛି । ରିଲିଫ ଓ ଥଇଥାନ ପାଇଁ ଆର୍ôଥକ ସହଯୋଗ କରାଯାଉଛି ।" ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ସମୟରେ ନିରବ ରହିଥିଲେ ।

ଶତାଧିକ ଲୋକଙ୍କର ମୃତ୍ୟୁ ହେବା ପରେ ବି ମୋଦୀ ମୁହଁ ଖୋଲି ନଥିଲେ । ଏଥିପାଇଁ ବିରୋଧୀ ତାଙ୍କୁ ନାନା ସମାଲୋଚନା କରିଥିଲେ । ଏମିତିକି ଦଙ୍ଗା ପରଠାରୁ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ସମସ୍ତ ନେତା ମଣିପୁର ଯାଇଥିଲେ ବି ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ସେଠାକୁ ଯାଇ ନାହାନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+