ଦୁନିଆରେ ସବୁଠୁ ଧନୀ ସୁଲତାନଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି
PM Modi Brunei Visit: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 3 ସେପ୍ଟେମ୍ବରରେ ଇଷ୍ଟ ଏସିଆ ଦେଶ ବ୍ରୁନେଇ ଗସ୍ତ କରିବାକୁ ଯାଉଛନ୍ତି। ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ବ୍ରୁନେଇର ପ୍ରଥମ ଗସ୍ତ ହେବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ 40 ବର୍ଷ ପୂରଣା ରାଜନୈତିକ ସମ୍ପର୍କ । ବ୍ରୁନେଇର ସୁଲତାନ ହାଜି ହଂଶଲ ବୋଲକିୟା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ଦେଶ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ବ୍ରୁନେଇ ଗସ୍ତରେ ଯିବେ, ଯାହାର ଉଦ୍ଦେଶ୍ୟ ହେଉଛି ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବା।













Click it and Unblock the Notifications