For Quick Alerts
Turn On Notification  
For Daily Alerts
Oneindia App Download

କୃଷକଙ୍କ ଆଗରେ ହାତଯୋଡ଼ି ଓ ମୁଣ୍ଡ ନୁଆଇଁ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ : ପ୍ରଧାନମନ୍ତ୍ରୀ ମୋଦୀ

ମୋଦୀ ହାତ ଯୋଡ଼ି ମୁଣ୍ଡ ନୁଆଁଇ କୃଷକମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଆମେ ପ୍ରତ୍ୟେକ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ | ହଜାର ହଜାର କୃଷକ ବିରୋଧ କରୁଥିବା କୃଷି ଆଇନ କୃଷକଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିବ ବୋଲି କହିଛନ୍ତି ।

|

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭୋପାଳରେ ଏକ କୃଷକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି | ଏହି ପୂରା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଫାର୍ମ ଆଇନ ଏବଂ କୃଷକ ଆନ୍ଦୋଳନ ବିଷୟରେ କହିଥିଲେ | ଏହି ଅବସରରେ ମୋଦୀ ହାତ ଯୋଡ଼ି ମୁଣ୍ଡ ନୁଆଁଇ କୃଷକମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଆମେ ପ୍ରତ୍ୟେକ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ | ହଜାର ହଜାର କୃଷକ ବିରୋଧ କରୁଥିବା କୃଷି ଆଇନ କୃଷକଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିବ ବୋଲି କହିଛନ୍ତି । ଏହି ଆଇନଗୁଡ଼ିକ ସଂସଦରେ ତରବରିଆ ଭାବେ ପାରିତ ହୋଇନାହିଁ ବରଂ ଦଶନ୍ଧି ଧରି ଆଲୋଚନା ହୋଇଆସୁଛି |

Narendra-Modi

ଏମ୍ଏସପି ନେଇ ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା

କୃଷକମାନଙ୍କ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବଜାୟ ରଖିବାକୁ ମୋଦୀ ଆଶ୍ୱାସନା ଦେଇଛନ୍ତି | ପୂର୍ବ ଭଳି ସମାନ ଢଙ୍ଗରେ ଏମ୍ଏସପି ମୂଲ୍ୟ ମିଳିବ, ଏହା ରଦ୍ଦ ହେବ ନାହିଁ | ଏଥି ସହିତ ବିରୋଧୀ ଏମଏସପି ବିଷୟରେ ମିଥ୍ୟା ପ୍ରଚାର କରୁଛନ୍ତି ଏବଂ ବିରୋଧୀ ଦଳର କୃଷି କାନୁନ ସମ୍ପର୍କରେ ନୁହେଁ ବରଂ ମୋଦୀଙ୍କ ସହ ସମସ୍ୟା ରହିଛି ବୋଲି ସେ ଆକ୍ଷେପ କରିଛନ୍ତି |

ବିରୋଧୀଙ୍କ ମୋ ସହ ଅସୁବିଧା ରହିଛି

ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଦଳକୁ ଟାର୍ଗେଟ କରି କହିଛନ୍ତି ଯେ, ବିରୋଧୀ ଦଳ କୃଷକଙ୍କ ସ୍ୱାର୍ଥରେ କହୁ ନାହାଁନ୍ତି, କିନ୍ତୁ ମୋଦୀ କାହିଁକି ଶ୍ରେୟ ନେଉଛନ୍ତି ସେନେଇ ସେମାନଙ୍କର ଅସୁବିଧା ରହିଛି | ହାତ ଯୋଡ଼ି ମୁଁ ସମସ୍ତ ପକ୍ଷଙ୍କୁ କହିବାକୁ ଚାହେଁ ଯେ ମୁଁ ଶ୍ରେୟ ଚାହୁଁ ନାହିଁ, ଏହି ଆଇନ ମଧ୍ୟ ତୁମ ଘୋଷଣାପତ୍ରରେ ଉଲ୍ଲେଖ ଥିଲା | ଆପଣମାନେ ଶ୍ରେୟ ନିଅନ୍ତୁ, କିନ୍ତୁ କୃଷକମାନଙ୍କୁ ପ୍ରବର୍ତ୍ତାଇବା ବନ୍ଦ କର ବୋଲି ବିରୋଧୀଙ୍କ ଉଦ୍ଦେଶ୍ୟରେ ମୋଦୀ କହିଛନ୍ତି | କେବଳ ଚାଷୀଙ୍କ ଜୀବନକୁ ସହଜ ଓ ସମୃଦ୍ଧ କରିବାକୁ ଚାହୁଁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି |

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
We are ready to discuss with farmers regarding new agriculture law said, PM Modi.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X