Dantewada Naxal Attack: ଯବାନଙ୍କ ବିଳିଦାନ ସବୁଦିନ ମନେ ରହିବ:ପ୍ରଧାନମନ୍ତ୍ରୀ
Dantewada Naxal Attack:ଛତିଶଗଡ଼ ନକ୍ସଲ ପ୍ରବଣ ଦାନ୍ତେୱାଡାରେ ହୋଇଛି ବଡ଼ ଧରଣର ନକ୍ସଲ ଆକ୍ରମଣ । ନକ୍ସଲଙ୍କ
ଆଇଇଡି ବିସ୍ଫୋରଣରେ ଜିଲ୍ଲା ସଂରକ୍ଷଣ ଗାର୍ଡର ୧୦ ଜଣ ଯବାନ ଓ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ଗାଡ଼ିରେ ଥିବା ସମସ୍ତଙ୍କ ମୃତ୍ୟୁ ହୋଇଥିଲା ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରି ଏହି ଆକ୍ରମଣ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି । ଯବାନଙ୍କ ବଳିଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୋଦି ।
Strongly condemn the attack on the Chhattisgarh police in Dantewada. I pay my tributes to the brave personnel we lost in the attack. Their sacrifice will always be remembered. My condolences to the bereaved families.
— Narendra Modi (@narendramodi) April 26, 2023
ଛତିଶଗଡରେ DRG ଯବାନମାନେ ଏକ ଅପରେସନ୍ ଶେଷ କରି ଫେରୁଥିବା ସମୟରେ ଯବାନଙ୍କ ଗାଡ଼ି ଉପରେ ଆକ୍ରମଣ କରାଯାଇଥିଲା । ବସ୍ତର ରେଞ୍ଜର ଇନ୍ସପେକ୍ଟର ସୁନ୍ଦରରାଜ କହିଛନ୍ତି ଯେ, ଆମେ ଏକ ସୂଚନା ପାଇ ଅଭିଯାନ ଆରମ୍ଭ କରିଥିଲୁ । ଟିମ୍ ଅପରେସନ ସାରି
ଫେରୁଥିବା ବେଳେ ତାଙ୍କ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଗାଡିରେ ୧୦ଟି ଜିଲ୍ଲା ରିଜର୍ଭ ଗାର୍ଡ ଯବାନ ଥିଲେ ଏବଂ ଜଣେ ଡ୍ରାଇଭର ଥିଲେ । ବର୍ତ୍ତମାନ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଜାଞ୍ଚ ଆରମ୍ଭ କରିଛନ୍ତି ।

ଛତିଶଗଡ଼ ସିଏମଙ୍କ ସହ କଥା ହେଲେ ଅମିତ ଶାହା
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ମାଧ୍ୟମରେ ଆଲୋଚନା କରିଛନ୍ତି । କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଗତ ୪ ବର୍ଷରେ, ନକ୍ସଲମାନଙ୍କ ଗତିବିଧି ୬୦% ହ୍ରାସ ପାଇଛି ବୋଲି କହିଛନ୍ତି ଛତିଶଗଡର ଗୃହମନ୍ତ୍ରୀ ।












Click it and Unblock the Notifications