ପଶ୍ଚିମବଙ୍ଗରେ ଟିଏମସି ତା'ର ଅସ୍ତିତ୍ୱ ପାଇଁ ନିର୍ବାଚନ ଲଢୁଛି: ପିଏମ ମୋଦୀ
କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ତୃଣମୂଲ କଂଗ୍ରେସ (ଟିଏମସି) ପଶ୍ଚିମବଙ୍ଗରେ ନିଜର ଅସ୍ତିତ୍ୱ ରକ୍ଷା କରିବା ପାଇଁ ସଂଗ୍ରାମ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ବିଜେପି) ଏଥର ପଶ୍ଚିମବଙ୍ଗରେ ବହୁତ ଭଲ ପ୍ରଦର୍ଶନ କରୁଛି ବୋଲି କହିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, "ଟିଏମସି ଦଳ ବଙ୍ଗଳା ନିର୍ବାଚନରେ ବଞ୍ଚି ରହିବା ପାଇଁ ସଂଗ୍ରାମ କରୁଛି । ଆଉ ବିଜେପି ଏଥର ଭାରତର ସବୁଠୁ ଭଲ ପ୍ରଦର୍ଶନ ପଶ୍ଚିମବଙ୍ଗରେ କରିବାକୁ ଯାଉଛି । ପଶ୍ଚିମବଙ୍ଗରେ ବିଜେପି ସର୍ବାଧିକ ସଫଳତା ହାସଲ କରୁଛି । '' ପ୍ରଧାନମନ୍ତ୍ରୀ ମୋଦୀ ଏଏନଆଇ କୁ ଦେଇଥିବା ଏକ ସାକ୍ଷାତକାରରେ ଏହା କହିଛନ୍ତି ।

ମୋଦି ଏହି ସାକ୍ଷାତକାରରେ ଆହୁରି କହିଛନ୍ତି "ପଶ୍ଚମବଙ୍ଗ ନିର୍ବାଚନରେ ଟିଏମସି ଦଳ ତା'ର ଅସ୍ତିତ୍ୱ ପାଇଁ ଲଢୁଛି । ଗତ ବିଧାନସଭା ନିର୍ବାଚନରେ ଆପଣ ନିଶ୍ଚୟ ଦେଖିଥିବେ, ଆମର ତିନୋଟି ସିଟ୍ ଥିଲା । ବଙ୍ଗଳାର ଲୋକମାନେ ଆମକୁ ତିନି ରୁ ୮୦ ପର୍ଯ୍ୟନ୍ତ ନେଇଥିଲେ । ଲୋକସଭାରେ ଆମକୁ ବହୁତ ସମର୍ଥନ ମିଳିଥିଲା ।
ଏଥର ପଶ୍ଚିମବଙ୍ଗରେ ବିଜେପି ସର୍ବାଧିକ ସଫଳତା ପାଇବାକୁ ଯାଉଛି'' ବୋଲି ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ପଶ୍ଚିମବଙ୍ଗରେ ଏଥର ନିର୍ବାଚନରେ ବିଜେପିକୁ ଜନତାଙ୍କର ଏକପାଖିଆ ସମର୍ଥନ ମିଳୁଥିବା ଦେଖି ଟିଏମ୍ସି ସରକାରରେ ଆତଙ୍କ ସୃଷ୍ଟି ହୋଇଛି ।












Click it and Unblock the Notifications