Parakram Diwas : ୨୧ଟି ବଡ଼ ଦ୍ୱୀପର ନାମକରଣ କଲେ ପ୍ରଧାନମନ୍ତ୍ରୀ

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଣ୍ଡାମାନ ଓ ନିକୋବରର ୨୧ଟି ବଡ଼ ଦ୍ୱୀପପୁଞ୍ଜର ନାମକରଣ କରିଛନ୍ତି ।

modi

ମୁମ୍ବାଇ:ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଣ୍ଡାମାନ ଓ ନିକୋବରର ୨୧ଟି ବଡ଼ ଦ୍ୱୀପପୁଞ୍ଜର ନାମକରଣ କରିଛନ୍ତି । ବିଶେଷ କଥା ହେଉଛି ଏହି ଦ୍ୱୀପପୁଞ୍ଜ ଗୁଡିକର ନାମ ପରମବୀର ଚକ୍ର ସମ୍ମାନରେ ସନ୍ମାନିତ ବୀର ଯବାନମାନଙ୍କ ନାମ ଅନୁସାରେ ରଖା ଯାଇଛି । ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦଘାଟନ କରିଥିଲେ ।

ଏହାକୁ ଅନଲାଇନରେ ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଯେ, ଏହି ୨୧ଟି ଦ୍ୱୀପ ବର୍ତ୍ତମାନ ପରମବୀର ଚକ୍ର ବିଜେତାଙ୍କ ନାମରେ ଜଣା ଯିବ । ଆଗାମୀ ପିଢି ଆଜିର ଦିନକୁ ସ୍ୱାଧୀନତାର ଅମୃତକାଳର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବରେ ମନେ ରଖିବେ । ଆଜି ପରାକ୍ରମ ଦିବସ ଅବସରରେ ନାମିତ ହୋଇଥିବା ଦ୍ୱୀପପୁଞ୍ଜ ଭବିଷ୍ୟତ ପାଇଁ ପ୍ରେରଣାଦାୟକ ହେବ । ସେହିପରି ଆଣ୍ତାମାନ ଓ ନିକୋବର ଦ୍ୱୀପରେ ଆୟୋଜିତ ଏହି ଉତ୍ସବରେ ଅମିତ ଶାହା ମଧ୍ୟ ଯୋଗ ଦେଇଥିଲେ । ସେ କହିଥିଲେ ଯେ, ପରମବୀର ଚକ୍ର ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମରେ ଦ୍ୱୀପପୁଞ୍ଜର ନାମକରଣ ନିଶ୍ଚିତ ଏକ ଉତ୍ତମ ପଦକ୍ଷପ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ସ୍ୱାଧୀନତା ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଆଜି ଦେଶ କିଭଳି ପ୍ରତି ମୁହୂର୍ତ୍ତରେ ସ୍ମରଣ କରୁଛି ତାହା ଏକବିଂଶ ଶତାଦ୍ଦୀ ଦେଖୁଛି । ନେତାଜୀଙ୍କ ସମ୍ବନ୍ଧୀୟ ଫାଇଲଗୁଡିକୁ ଉନ୍ମୁକ୍ତ କରିବା ପାଇଁ ଦଶନ୍ଧି ଦଶନ୍ଧି ଧରି ଦାବି ହୋଇ ଆସୁଥିଲା ଆଜି ଅତି ନିଷ୍ଠାର ସହ ଦେଶ ତାହା କରିଛି । ବାସ୍ତବରେ ନେତାଜୀଙ୍କ ଜନ୍ମ ବାର୍ଷିକୀ ଅବସରରେ ଜାନୁୟାରୀ ୨୩କୁ 'ପରାକ୍ରମ ଦିବସ' ଭାବରେ ପାଳନ କରାଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+