ଏଲନ ମସ୍କଙ୍କୁ ଭେଟିଲେ ମୋଦି: ଖୁବଶୀଘ୍ର ଭାରତରେ ଏଣ୍ଟ୍ରି ମାରିବ ଟେସ୍ଲା
ନୂଆଦିଲ୍ଲୀ: ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଟେସ୍ଲା ସିଇଓ ଏଲନ ମସ୍କଙ୍କ ସାକ୍ଷାତ କରିଛନ୍ତି । ସାକ୍ଷାତ ସମୟରେ ଏଲନ ମସ୍କ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବିଶ୍ୱର ସବୁଠାରୁ ବଡ ଇଲେକ୍ଟ୍ରିକ କାର କମ୍ପାନୀ ଟେସ୍ଲାର ଭାରତ ଏଣ୍ଟ୍ରିକୁ ନେଇ ଆଲୋଚନା ହୋଇଥିଲା ।

ଆପଲ୍ ଏବଂ ଗୁଗୁଲ୍ ପରେ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ତାଙ୍କ ଇଲେକ୍ଟ୍ରିକ୍ କାର୍ କମ୍ପାନୀ 'ଟେସଲା'କୁ ଭାରତ ଆଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ ପରେ ମସ୍କ ମୋଦୀଙ୍କୁ ପ୍ରଶଂସାରେ ପୋତି ପକାଇବା ସହ ନିଜକୁ ମୋଦୀଙ୍କର ଜଣେ ବଡ଼ ପ୍ରଶଂସକ ବୋଲି କହିଛନ୍ତି । ଏଥିସହ ଆସନ୍ତା ବର୍ଷ ଭାରତ ଆସିବାକୁ ବି ସେ ମନ ବଳାଇଛନ୍ତି।
ନ୍ୟୁୟର୍କର ପ୍ୟାଲେସ ହୋଟେଲରେ ଏଲନ ମସ୍କ କହିଛନ୍ତି, କମ୍ପାନୀ ନିକଟ ଭବିଷ୍ୟତରେ ଭାରତରେ ନିବେଶ କରିବ । ଏହା ଦ୍ୱାରା ଦେଶର ଗୁରୁତ୍ୱପୂର୍ଣ୍ଣ ବିକାଶ ହୋଇପାରିବ । ଏଲନ ମସ୍କ ମୋଦିଙ୍କ ସହ ସାକ୍ଷାତ ପରେ କହିଛନ୍ତି, ସେ ନିଜେ ଆସନ୍ତା ବର୍ଷ ଭାରତ ଯିବାର କାର୍ଯ୍ୟକ୍ରମ ରଖିଛନ୍ତି । ତାଙ୍କର ଆଶା ଅଛି ଯେ ଭାରତରେ ଟେସ୍ଲା ହେବ । ସେ କହିଥିଲେ,ଏଥିପାଇଁ ପ୍ରଧାନମନ୍ତ୍ରୀ ସମର୍ଥନ ପାଇଁ ଧନ୍ୟବାଦ ଦେବାକୁ ଚାହିଁଥିଲେ ଏବଂ ଆଶା କରୁଛି ଆମେ ନିକଟ ଭବିଷ୍ୟତରେ କିଛ ଘୋଷଣା କରିବୁ । ଭାରତ ସହ ଆମର ସମ୍ପର୍କରେ ଏହା ଏକ ମହତ୍ୱପୂର୍ଣ୍ଣ ନିବେଶ ହେବ ।
ସେ ଆହୁରି କହିଛନ୍ତି ଯେ ସୌର ଶକ୍ତି, ବ୍ୟାଟେରୀ, ବୈଦ୍ୟୁତିକ ଯାନ ସହ ସଷ୍ଟେନବଲ ଏନର୍ଜି କ୍ଷେତ୍ରରେ ଭାରତରେ ବହୁତ ସମ୍ଭାବନା ରହିଛି। ମସ୍କ ମଧ୍ୟ ଭାରତରେ ଷ୍ଟାରଲିଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଆରମ୍ଭ କରିବାକୁ ଆଶା ବ୍ୟକ୍ତ କରିଛନ୍ତି ।ଏହାଦ୍ୱାରା ଗ୍ରାମୀଣ ଅଞ୍ଚଳବାସୀଙ୍କୁ ଇଣ୍ଟରନେଟ ସୁବିଧା ମିଳିପାରିବ ବୋଲି ସେ କହିଛନ୍ତି।












Click it and Unblock the Notifications