ଦିଲ୍ଲୀ ବିସ୍ଫୋରଣରେ ପୀଡିତ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଟାନରୁ ଫେରିବା ପରେ ସିଧାସଳଖ ଦିଲ୍ଲୀ ବିସ୍ଫୋରଣରେ ପୀଡିତ ଆହତଙ୍କୁ ଭେଟିଛନ୍ତି । ଦିଲ୍ଲୀ ସ୍ଥିତ ଏଲଏନଜେପି ହସପିଟାଲରେ ଆହତଙ୍କୁ ଭେଟିଛନ୍ତି । ଏହି ହସପିଟାଲରେ ଦିଲ୍ଲୀ ବିସ୍ଫୋରଣରେ ଆହତ ହୋଇଥିବା ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି ।

ଭୁଟାନରୁ ଦୁଇଦିବସୀୟ ରାଜକୀୟ ଯାତ୍ରା କରିବା ପରେ ଫେରିଛନ୍ତି ପ୍ରଧାନମନ୍ତ୍ରୀ । ଦିଲ୍ଲୀ ପହଞ୍ଚିବା ବେଳେ ସିଧାସଳଖ ହସପିଟାଲରେ ପହ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ଆହତଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଶୀଘ୍ର ସୁସ୍ଥ ହେବାକୁ କାମନା କରିଛନ୍ତି । ହସପିଟାଲର ଡାକ୍ତର ପୀଡିତଙ୍କ ଚିକିତ୍ସା ସ୍ଥିତି ବିଷୟରେ ସୂଚନା ଦେଇଛନ୍ତି ।

pm modi

ଦିଲ୍ଲୀ ବିସ୍ଫୋରଣ ପରେ ଭୁଟାନରୁ ମୋଦି କହିଥିଲେ, ଷଡଯନ୍ତ୍ରରେ ସାମିଲ ଥିବା କୌଣସି ବ୍ୟକ୍ତିଙ୍କୁ ଛଡାଯିବ ନାହିଁ । ସେଠାରୁ ଫେରି ତୁରନ୍ତ ହସପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ ।

ସୂଚନାଯୋଗ୍ୟ, ଦିଲ୍ଲୀର ଲାଲକିଲ୍ଲା ନିକଟରେ ଭୟଙ୍କର ବଡ଼ ବିସ୍ଫୋରଣ ହୋଇଛି । ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୨୦ରୁ ଅଧିକ ଆହତ ହୋଇଛନ୍ତି । ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ବିସ୍ଫୋରଣରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ରାଶି ଘୋଷଣା କରାଯାଇଛି । ସ୍ଥାୟୀଭାବେ ଭିନ୍ନକ୍ଷମ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫ ଲକ୍ଷ ଏବଂ ପ୍ରତ୍ୟେକ ଗୁରୁତରଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଘୋଷଣା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+