ଭାରତ-ମାଳଦୀପର ସଂପର୍କ ବହୁ ପୁରୁଣା: ପିଏମ ମୋଦୀ

ନୂଆଦିଲ୍ଲୀ: ୪ ଦିନିଆ ଭାରତ ଗସ୍ତରେ ଥିବା ମୁଇଜୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ବିଭିନ୍ନ ଦ୍ୱିପାକ୍ଷିକ, ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଉଭୟ ଶୀର୍ଷ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ଭାରତ ଏବଂ ମାଳଦୀପର ସଂପର୍କ ବହୁ ପୁରୁଣା ଏବଂ ଭାରତ ମାଳଦୀପର ସବୁଠାରୁ ନିକଟତର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ଆଜି ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ମାଳଦୀପର ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୋଇଜୁ ଙ୍କ ସହ ସାକ୍ଷାତ ଆଲୋଚନା କରିବା ପରେ ଏହା କହିଛନ୍ତି । ସେ କହିଛନ୍ତି ମାଳଦୀପ ଭାରତର ଏକ ଘନିଷ୍ଠ ପଡ଼ୋଶୀ ଏବଂ ମିତ୍ର ଦେଶ । ଭାରତ ମାଳଦୀପ ପାଇଁ ସବୁବେଳେ ସହଯୋଗର ହାତ ବଢ଼ାଇ ଆସିଛି ।

PM Modi Meets Maldives President Muizzu

ମାଳଦୀପ ଲୋକଙ୍କର ଆବଶ୍ୟକତା ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ହେଉ, ସବୁ ସମୟରେ ଭାରତ ପ୍ରଥମେ ପଡ଼ୋଶୀ ନୀତି ଅମଲମ୍ବନ କରି ସହଯୋଗ ଯୋଗାଇ ଦେଇଛି । ପାନୀୟ ଜଳ ଯୋଗାଣ ଓ କୋଭିତ ଟିକା ପ୍ରଦାନ ଭଳି ବିଷୟକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମାଳଦୀପର ଆବଶ୍ୟକତାକୁ ଲକ୍ଷ୍ୟରେ ରଖୁ ୪ ଶହ ମିଲିୟନ ଡଲାର ଏବଂ ୩ ହଜାର କୋଟି ଟଙ୍କାର ମୁଦ୍ରା ବିନିମୟ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+