ବାଇଡେନଙ୍କ ସହ କଥା ହେଲେ ମୋଦୀ

ବ୍ରାଜିଲର ରିଓ ଡି ଜେନିରୋରେ ସୋମବାର ଠାରୁ ଜି-୨୦ ସମ୍ମିଳନୀ ଆରମ୍ଭ ହୋଇଛି। ଭାରତର ପ୍ରତିନିଧିତ୍ବ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଠାରେ ପହଞ୍ଚିଛନ୍ତି। ମୋଦୀଙ୍କ ବ୍ୟତୀତ ଚୀନ, ବ୍ରିଟେନ, ଆମେରିକା ଭଳି ବିଶ୍ବର ପ୍ରମୁଖ ନେତାମାନେ ଏହି ସମ୍ମିଳନୀରେ ପହଞ୍ଚିଛନ୍ତି। ସମ୍ମିଳନୀସ୍ଥଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଡା ସିଲ୍‌ଭା ସ୍ବାଗତ କରିଥିଲେ।

ସମ୍ମିଳନୀ ସ୍ଥଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କର ସାକ୍ଷାତ ହୋଇଛି। ଉଭୟ ପରସ୍ପରକୁ ଅଭିନନ୍ଦନ ଜଣାଇବା ସହିତ ସାମୟିକ ବାର୍ତ୍ତାଳପ କରିଥିଲେ। ସୋମ ଓ ମଙ୍ଗଳବାର ଦୁଇଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଆମେରିକା ଓ ଚୀନ ରାଷ୍ଟ୍ରପତି ମୁଖ୍ୟ ଆକର୍ଷଣରେ ରହିବେ। ଆମେରିକା ରାଷ୍ଟ୍ରପତି ବାଇଡେନଙ୍କର କାର୍ଯ୍ୟକାଳ ଆଉ ମାତ୍ର ୨ମାସ ରହିଥିବାବେଳେ ଡୋନାଲ୍ଡ ଟ୍ରମ୍ପ ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି।

ଏହି ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ରୁଷ୍-ୟୁକ୍ରେନ ଯୁଦ୍ଧ ବନ୍ଦ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ନେଇ ଆଶା କରାଯାଉଛି। ଏହି ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ବ୍ରିଟେନ ପ୍ରତିପକ୍ଷ କୈର ଷ୍ଟାର୍ମରଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିବାର କାର୍ଯ୍ୟକ୍ରମ ରହିଛି। ଷ୍ଟାର୍ମରଙ୍କ ସହିତ କଥାବାର୍ତ୍ତା କାଳରେ ମୋଦୀ ମୁକ୍ତ ବାଣିଜ୍ୟ ରାଜିନାମା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିବେ।

PM Modi meets Joe Biden

ଜି-୨୦ ସମ୍ମିଳନୀରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ରବିବାର ନାଇଜେରିଆ ଗସ୍ତ ଶେଷ କରି ବ୍ରାଜିଲ ଅଭିମୁଖେ ଯାତ୍ରା କରିଥିଲେ। ବ୍ରାଜିଲରେ ପହଞ୍ଚିବା ପରେ ସେଠାକାର ପ୍ରବାସୀ ଭାରତୀୟମାନେ ମୋଦୀଙ୍କୁ ସଂସ୍କୃତ ଭଜନ କୀର୍ତ୍ତନରେ ସ୍ବାଗତ କରିଥିଲେ। ନାଇଜେରିଆ ଗସ୍ତ କାଳରେ ମୋଦୀଙ୍କୁ ସେହି ଦେଶର 'ଗ୍ରାଣ୍ଡ କମାଣ୍ଡର ଅଫ୍‌ ଦି ଅର୍ଡର ଅଫ୍ ନାଇଜର' ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ନଭେମ୍ବର ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ମୋଦୀ ନାଇଜେରିଆ, ବ୍ରାଜିଲ ଓ ଗ୍ବାଏନା ଗସ୍ତରେ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+