ବଜେଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ନୀତି ଆୟୋଗ ବୈଠକ
PM Modi Meeting with NITI Aayog: 23 ଜୁଲାଇରେ ଉପସ୍ଥାପିକ ହେବ ମୋଦି 3.0ର ପ୍ରଥମ ବଜେଟ୍ । ଯେଉଁଥି ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗ ବୈଠକ ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ବଜେଟ୍ ପାଇଁ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଅର୍ଥନୀତିଜ୍ଞଙ୍କ ସହ ଆଲୋଚନା କରିବେ। ଆଗାମୀ ୟୁନିୟନ ବଜେଟ୍ ପାଇଁ ସେ ସେମାନଙ୍କଠାରୁ ପରାମର୍ଶ ନେବେ। ଅର୍ଥନୀତିଜ୍ଞଙ୍କ ବ୍ୟତୀତ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ଏହି ବୈଠକରେ ଭାଗ ନେଉଛନ୍ତି। ଏଥିରେ NITI ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ଏବଂ ଅନ୍ୟ ସଦସ୍ୟମାନେ ମଧ୍ୟ ଯୋଗ ଦେବା ନେଇ ସୂଚନା ରହିଛି ।
ସୂଚନାଥାଉ ଯେ, ସଂସଦର ବଜେଟ୍ ଅଧିବେଶନ 22 ଜୁଲାଇରୁ ଆରମ୍ଭ ହେବା ପାଇଁ ଯାଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ କେନ୍ଦ୍ର ବଜେଟ୍ 2024-25 ଉପସ୍ଥାପନ କରିବେ। ଏହା ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ । ଲୋକସଭା ନିର୍ବାଚନ ପାଇଁ ଫେବୃଆରୀରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପିତ ହୋଇଥିଲା । 2047 ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ କେନ୍ଦ୍ର ସରକାରଙ୍କର ଲକ୍ଷ୍ୟ ରହିଛି ।












Click it and Unblock the Notifications