ଚେସ ଅଲିମ୍ପିଆଡ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
PM Modi Meet Indian Ches Team: ଚେସ ଅଲିମ୍ପିଆଡ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ । ଏହି ବୈଠକର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ରବିବାର ଦିନ ଚେସ ଅଲିମ୍ପିଆଡ଼ରେ ଭାରତର ପୁରୁଷ ଓ ମହିଳା ଚେସ ଦଳ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଚେସ ଅଲିମ୍ପିଆଡ଼ରେ ଭାରତର ପୁରୁଷ ଓ ମହିଳା ଦଳ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି ।
ଏହି ଐତିହାସିକ ବିଜୟ ପରେ ଚେସ ଅଲିମ୍ପିଆଡ଼ର ପୁରୁଷ ଓ ମହିଳା ଦଳ ଆଜି ସକାଳେ ପିଏମ ମୋଦିଙ୍କୁ ଭେଟିଛନ୍ତି । ଏହି ବୈଠକର ଭିଡିଓ ନ୍ୟୁଜ୍ ଏଜେନ୍ସି ପିଟିଆଇ ଦ୍ୱାରା ସେୟାର କରାଯାଇଛି । ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପୁରୁଷ ଏବଂ ମହିଳା ଦଳର ଖେଳାଳିଙ୍କ ସହ କଥା ହେଉଥିବାର ଦେଖିବାକୁ ମିଳୁଛି ।
VIDEO | PM Modi (@narendramodi) met the Indian team, that won Chess Olympiad, at his residence in New Delhi earlier today.
(Source: Third Party) pic.twitter.com/teTOurjsiI
— Press Trust of India (@PTI_News) September 25, 2024
ସୂଚାନାଥାଉ ଯେ, 45 ତମ ଚେସ ଅଲିମ୍ପିଆଡ଼ର ଅନ୍ତିମ ରାଉଣ୍ଡରେ ଭାରତୀୟ ଦଳ ସ୍ୱର୍ଣ୍ଣ ପଦକ ଜିତିଛି। ହଙ୍ଗେରୀର ରାଜଧାନୀ ବୁଦ୍ଧାପେଷ୍ଟରେ 45 ତମ ଚେସ୍ ଅଲିମ୍ପିଆଡ୍ ଖେଳାଯାଇଥିଲା ଯେଉଁଥିରେ 195 ଟି ଦେଶରୁ 197 ଟି ପୁରୁଷ ଦଳ ଏବଂ 181 ଟି ଦେଶରୁ 183 ଟିମ ମହିଳା ଦଳ ଅଂଶଗ୍ରହଣ କରିଥିଲେ। ପୁରୁଷ ଦଳରେ ଗୁକେଶ ଡି, ପ୍ରଗନ୍ନାନନ୍ଦ ଆର, ଅର୍ଜୁନ ଏରିଗେସି, ବିଦିତ ଗୁଜରାତୀ, ପାଣ୍ଟାଲା ହରିକୃଷ୍ଣ ଏବଂ ଅଧିନାୟକ ଶ୍ରୀନଥ ନାରାୟଣନ ସାମିଲ ହୋଇଥିଲେ।

ମହିଳା ଦଳ ମଧ୍ୟ ସ୍ୱର୍ଣ୍ଣ ଜିତିଛି । ଏକାଦଶ ରାଉଣ୍ଡରେ Azerbaijanକୁ ପରାସ୍ତ କରି ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣ ଜିତିଛି। ଏକାଦଶ ତଥା ଶେଷ ରାଉଣ୍ଡରେ ଭାରତୀୟ ପୁରୁଷ ଦଳ ଚମତ୍କାର ପ୍ରଦର୍ଶନ କରିଥିଲେ। ପୁରୁଷ ଦଳ 22 ରୁ 21 ପଏଣ୍ଟ ଜିତିଛି ।












Click it and Unblock the Notifications