ଧ୍ୟାନରେ ବସିଲେ ପ୍ରଧାନମନ୍ତ୍ରୀ ମୋଦୀ, ଆସିଲା ପ୍ରଥମ ଫଟୋ
PM Modi Meditation Photo: ଲୋକସଭା ନିର୍ବାଚନ ୨୦୨୪ ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଧ୍ୟାନରେ ବସିଲେ ପ୍ରଧାନମନ୍ତ୍ରୀ ମୋଦୀ, ଯାହା ପ୍ରଥମ ଫଟୋ ପ୍ରକାଶ ପାଇଛି ଏବଂ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ପ୍ରସିଦ୍ଧ ବିବେକାନନ୍ଦ ରକ୍ ମେମୋରିଆଲର ଧିନା ମଣ୍ଡପମରେ ପିଏମ ମୋଦୀ ଧ୍ୟାନ କରୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ମୋଦୀ ଗେରୁଆ ରଙ୍ଗର ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳୁଛି ।

ବିବେକାନନ୍ଦ ରକ୍ ମେମୋରିଆଲରେ ଧ୍ୟାନ କରୁଥିବାବେଳେ ପିଏମ ମୋଦୀ ଯୋଗୀଙ୍କ ସ୍ଥିତିରେ ବସିଥିବାର ନଜର ଆସୁଛନ୍ତି। ବିବେକାନନ୍ଦ ରକ୍ ମେମୋରିଆଲରେ ପିଏମ ମୋଦୀ ପ୍ରାର୍ଥନା କରୁଥିବାର ଦେଖିବାକୁ ମିଳିଛି।

ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ସୂର୍ଯ୍ୟଙ୍କୁ ପାଣି ଦେଇ ପୂଜାର୍ଚ୍ଚନା କରିଥିଲେ । ବିଶ୍ୱାସ କରାଯାଏ ଯେ, ସୂର୍ଯ୍ୟ ଭଗବାନଙ୍କୁ ଜଳ ତର୍ପଣ କରିବା ଦ୍ୱାରା ଅଧିକାଂଶ ଅସୁବିଧା ଦୂର ହୋଇଯାଏ । ପିଏମ ମୋଦୀ ଗୁରୁବାର ବିବେକାନନ୍ଦ ରକ୍ ମେମୋରିଆଲରେ ନିଜର ୪୮ ଘଣ୍ଟିଆ ଧ୍ୟାନ ଆରମ୍ଭ କରିଥିଲେ। ପିଏମ ମୋଦୀ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ଧ୍ୟାନ କରିବେ। ସେହିପରି ଏହି ଦିନ ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ପାଇଁ ମତଦାନ ମଧ୍ୟ ରହିଛି ।

ଏହା ପ୍ରଥମ ଥର ପାଇଁ ପିଏମ ମୋଦୀ ବିବେକାନନ୍ଦ ରକ୍ ମେମୋରିଆଲରେ ରହିବେ। ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳୀ ସ୍ୱରୂପ ଏହି ସ୍ମାରକୀ ନିର୍ମାଣ କରାଯାଇଛି। 2019 ଲୋକସଭା ନିର୍ବାଚନରେ ପ୍ରଚାର ଶେଷ ହେବା ପରେ କେଦାରନାଥ ଗୁମ୍ଫାରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଧ୍ୟାନରେ ବସିଥିଲେ ।













Click it and Unblock the Notifications